ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନାରୀ ଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍) ୨୦୨୬ ସମ୍ବନ୍ଧୀୟ ୧୭ ଏପ୍ରିଲ ୨୦୨୬ ରେ, ଏନଡିଏ ସରକାର ଲୋକସଭାରେ ୩୩% ମହିଳା ସଂରକ୍ଷଣ ଲାଗୁ କରିବାକୁ ଏକ ନୂତନ ସାମ୍ବିଧାନିକ ସଂଶୋଧନ ବିଲ୍ (ଏସଆଇଆର ସହ) ଆଗତ କରିଥିଲେ କିନ୍ତୁ ତାହା ଗୃହ ରେ ପାରିତ ହେଲା ନାହିଁ ତେଣୁ ସାରା ଭାରତ ବର୍ଷରେ ବିଜେପି ଦଳ ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ କରି ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ପରିପେକ୍ଷିରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଡାବୁଗାଁ ନିର୍ବାଚନ ମଣ୍ଡଳୀର ପାପଡାହାଣ୍ଡି ମଣ୍ଡଳ ଅଧିନ ଜଟାବାଲ ଠାରେ ବିଜେପି ପକ୍ଷରୁ ସୋମବାର ସକାଳେ ୧୦ଘଣ୍ଟା ସମୟରେ ଶତାଧିକ ବିଜେପି କାର୍ଯକର୍ତ୍ତା ଓ ମହିଳା ମାନେ ଏହି ଜନ-ଆକ୍ରୋଶ ପଦଯାତ୍ରାରେ ଯୋଗ ଦେଇଥିଲେ।ମୈଦଲପୁର ମଣ୍ଡଳ ସଭାପତି ମନୋଜ ଅଗ୍ରୱାଲ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜିଲ୍ଲା ଉପସଭାପତି ହରିମୋହନ ଶର୍ମା, ସାଂସଦ ପ୍ରତିନିଧି ତଥା ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ସମ୍ପାଦକ ସୋମନାଥ ପୂଜାରୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷା ବାସନ୍ତୀ ମାଝୀ, ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା ଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ଓ ବିରୋଧୀ ଙ୍କ କୁଶପୁତ୍ତଳିକା ରେ ନିଆ ଲଗାଇ ବିରୋଧ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ବିଜେପି ନେତା ଦୀନବନ୍ଧୁ ବିଷୋୟୀ, ତ୍ରିନାଥ ଅମାନତ୍ୟ, ହରିଶ୍ଚନ୍ଦ୍ର ପାଣିଗ୍ରାହୀ, ମଇଦଲପୁର ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ଜିତେନ୍ ମୀର୍ଗନ, ସୁଧାଂଶୁ ଶେଖର ବିଷୋୟୀ ସହ ସମସ୍ତ ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ।

