ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ସାପ କାମୁଡ଼ାରେ ମୃତ୍ୟୁ ବରଣ କରିବା ପରେ ମହିଳାଙ୍କ ପରିବାର ବର୍ଗ ତାଙ୍କର ଦୁଇଟି ଚକ୍ଷୁ ଦାନ କରିଛନ୍ତି। ରାୟଗଡ଼ା ଜିଲ୍ଲା ଗୁମୁଡ଼ା ର ଜେ. ପଦ୍ମାଙ୍କୁ ଗତକାଲି ରାତିରେ ସାପକାମୁଡା ଦେଇଥିଲା। ସେ’ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆଜି ସକାଳ ୮ ଘଣ୍ଟା ସମୟରେ ସେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ପରିବାରବର୍ଗ ତାଙ୍କର ଦୁଇଗୋଟି ଆଖି ଦାନ କରିବା ପାଇଁ ରାଜି ହୋଇଛନ୍ତି। ମୃତକଙ୍କ ସ୍ଵାମୀ ଜଣେ ଗରିବ ଚାଷୀ ହୋଇଥିଲେ ବି ସେ ନିଜ ମୃତକ ପତ୍ନୀଙ୍କ ଚକ୍ଷୁ ଦାନ କରି ଉଦାହରଣ ସୃଷ୍ଟି କରୀଛନ୍ତି।

