ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଲକ ମୃତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ଗାୟତ୍ରୀ ଅଏଲ ମିଲ ପାଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ମଟର ସାଇକଲ ଚାଲକ ମୃତ ହୋଇଛନ୍ତି। ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ କେସିଙ୍ଗାରେ କାମସାରି ନିଜ ଗ୍ରାମ କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ଯାଉଥିବାବେଳେ କେସିଙ୍ଗା ରୁପ୍ରା ପି ଡବ୍ଲୁ ଡି ରାସ୍ତାର ପରଲସିଙ୍ଗା ଗ୍ରାମ ପାଖରେ ଥିବା ଗାୟତ୍ରୀ ଅଏଲ ମିଲ ପାଖରେ କୌଣସି ଏକ ବଡ଼ ଗାଡ଼ି କି ସାଇଡ ଦେବା ସମୟରେ ଗାଡ଼ି ଧକ୍କା ଦେବା ଫଳରେ ମାଧବ ମାହାର (୨୮) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପରିବାର ବର୍ଗ ଙ୍କ କହିବା ଅନୁସାରେ ରାତି ପ୍ରାୟ ୧୧ ରେ ସମୟରେ ପରିବାର ବର୍ଗଙ୍କ ପାଖରେ ଖବର ପହଞ୍ଚିବା ପରେ ମାଧବକୁ କେସିଙ୍ଗା ମେଡିକାଲ କୁ ଆଣିବା ସମୟରେ ମାଧବ ବଞ୍ଚିଥିଲେ, ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ବର୍ଗ କହୁଥିବା ବେଳେ ରାତି ପ୍ରାୟ ୧୧.୩୦ ମିନିଟ୍ ସମୟରେ ପରିବାର ବର୍ଗ ଥାନାରେ ଆସି ଲିଖିତ ଅଭିଯୋଗ କଲାପରେ ମଧ୍ୟ ପୋଲିସ ତତ୍ପରତା ଦେଖାଉ ନାହିଁ ବୋଲି ପରିବାର ଓ ଗ୍ରାମବାସୀ ଅଭିଯୋଗ କରି ସକାଳୁ କେସିଙ୍ଗା ଥାନାରେ ଠୁଳ ହୋଇଥିବା ଦେଖାଯାଇଥିଲା। ଅଭିଯୋଗ ମିଳିଛି ତଦନ୍ତ ଆରମ୍ଭ କରାଯାଇଛି ବହୁତ ଶୀଘ୍ର ସେହି ଅଜଣା ଗାଡ଼ି କୁ ଟ୍ରାକ କରିବା ସହିତ ପରିବାର କୁ ନ୍ୟାୟ ପ୍ରଦାନ କରାଯିବ ବୋଲି କେସିଙ୍ଗା ରେ କାର୍ଯ୍ୟରତ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *