ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ଟ୍ରାକ୍କର ଦୁର୍ଘଟଣାଗସ୍ତ ହୋଇ ଡ୍ରାଇଭରଙ୍କ ମୃତ୍ଯୁ। ଏଭଳି ଦୁର୍ଘଟଣା ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁନିସିଂ ଛକ ନିଟରେ ଘଟିଛି। ମୃତକ ଜଣକ ବିହାର ରାଜ୍ଯର ହୋଇଥିବା ବେଳେ ଏଯାଏଁ ତାଙ୍କ ପରିଚୟ ମିଳିପାରିନି। ଆଜି ସକାଳୁ ଜେକେପୁରରେ ଥିବା ସୋନାଲିକା ସୋରୁମ୍ ରୁ ବ୍ଯକ୍ତି ଜଣକ ଟେଷ୍ଟଡ୍ରାଇଭ୍ ପାଇଁ ଟ୍ରାକ୍ଟର ନେଇଥିଲେ। ତେବେ ମୁନିସିଂ ନିକଟରେ ଭାରସାମ୍ଯ ହରାଇ ଟ୍ରାକ୍ଟର ଟି ଓଲଟିପଡିଥିଲା। ଫଳରେ ଡ୍ରାଇଭର ଜଣକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ। ଏନେଇ ସ୍ଥାନୀୟ ଲୋକେ ଚାନ୍ଦିଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ହିଁ ସେ ମୃତ୍ଯୁବରଣ କରିଥିଲେ। ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଶବ ବ୍ଯବଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇଛି। ତେବେ ମୃତକଙ୍କ ପରିଚୟ ବାହାର କରି ତାଙ୍କ ପରିବାର।ଲୋକଙ୍କୁ ସୂଚନା ଦିଆଯିବ ବୋଲି ପୁଲିସ ସୂଚନା ଦେଇଛି।

