ଔଷଧ ଦୋକାନୀଙ୍କ ଦିନିକିଆ ଦୋକାନ ବନ୍ଦ ଆନ୍ଦୋଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର(ମଧୁସୂଦନ ଠାକୁର) : କେନ୍ଦ୍ର ସରକାର ଅନଲାଇନ ଔଷଧ ବିକ୍ରି ଉପରେ ପ୍ରବନ୍ଧକ ନ ଲଗାଇବା ପ୍ରତିବାଦ ରେ ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ର ଡାକରାରେ ଆଜି ସାରା ରାଜ୍ୟର ପ୍ରାୟ ୩୫ ହଜାର ଔଷଧ ଦୋକାନ ନିଜ ନିଜର ଦୋକାନ ବନ୍ଦ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି। କେବଳ ମେଡିକାଲ ଭିତରେ ଥିବା ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ମେଡିକାଲ ଷ୍ଟୋର ବନ୍ଦ ରହିଥିବା ଦେଖା ଯାଇଥିଲା। ଫଳରେ ଅନେକ ରୋଗୀ ଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା।କଳାହାଣ୍ଡି ଜିଲ୍ଲାର ପ୍ରମୁଖ ଔଷଧ ହୋଲସେଲର ମୁଖ୍ୟାଳୟ କେସିଙ୍ଗା ରେ ମଧ୍ୟ ଔଷଧ ଦୋକାନୀ ମାନେ ନିଜ ନିଜ ର ଦୋକାନ ବନ୍ଦ କରି ଆସୋସିଏସନ୍ କୁ ସହଯୋଗ କରିଥିଲେ।ପ୍ରକାଶ ଥାଉକି ୨୦୨୦ ମସିହା କରୋନା ମହାମାରୀ ସମୟରେ ଜନସାଧାରଣ ଙ୍କୁ ଘରୁ ବାହାରକୁ ବାହାରିବାକୁ ନିଷିଦ୍ଧ ଥିବା ବେଳେ କେନ୍ଦ୍ର ସରକାର ଦେଶର ରୋଗୀ ଙ୍କୁ ଅସୁବିଧା ନହେବା ପାଇଁ ଅନ ଲାଇନ ରେ ଔଷଧ ବିକ୍ରିକୁ ମଞ୍ଜୁରୀ ପ୍ରଦାନ କରିଥିଲେ ହେଲେ କରୋନା ଚାଲିଯିବା ର ଆଜକୁ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଅନ ଲାଇନ ଔଷଧ ବିକ୍ରି ର ଆଦେଶ କୁ ବାତିଲ ନ କରିବାରୁ ବୁଧବାର ଦିନ ଔଷଧ ଦୋକାନୀ ନିଜ ନିଜ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ପ୍ରତିବାଦ ଜଣାଇଥିଲେ।ଲୋକେ ଅନଲାଇନ ରେ ବହୁଳ ପରିମାଣରେ ଔଷଧ କିଣିବାରୁ ସ୍ଥାନୀୟ ଦୋକାନୀଙ୍କୁ କ୍ଷତି ହେଉଥିବା ଯୁକ୍ତି ବାଡୁଛନ୍ତି ଦୋକାନୀ।କେସିଙ୍ଗା ସହରରେ ଥିବା ପ୍ରାୟ ୧୫ ରୁ ୨୦ ରିଟେଲ ଔଷଧ ଦୋକାନ ଓ ୮ ରୁ ୧୦ ଟି ହୋଲସେଲର ଦୋକାନ ବୁଧବାର ସମ୍ପୂର୍ଣ ଭାବରେ ବନ୍ଦ ରହିଥିଲା।

Leave a Reply

Your email address will not be published. Required fields are marked *