ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ଧର୍ମଗଡ଼ ବ୍ଲକ ପର୍ଲା ମୁଦ୍ରା ନଦୀରେ ଗାଧେଇବା କୁ ୩ସାଙ୍ଗ ଯାଇ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତକ ଜଣକ ମହାବୀର ବାଗ (୧୨)ହୋଇଥିବା ବେଳେ ଗୁରୁତର ଜଣକ ରିନୁ ସୁନାନୀ ଓ ସାଗର ବାଗ ବୋଲି ଜଣାପଡ଼ିଛି। ସୁଚନା ମତେ ୩ସାଙ୍ଗ ମଧ୍ୟରେ ସାଗର ବାଗ ନଦୀ ତଟ ରେ ନିଜ ପୋଷାକ ଖୋଲି ଗାଧେଇବା କୁ ପ୍ରସ୍ତୁତ ହେଉଥିବା ବେଳେ ମୃତକ ମହାବୀର ଓ ଗୁରୁତର ରିନୁ ମୁଦ୍ରା ନଦୀ ପାଣି ରେ ଡେଇଁ ପଡ଼ିଥିଲେ। ତେବେ ପାଣି ସ୍ରୋତ ଧୃତ ଥିବା ରୁ ଦୁହେଁ ଭାଷି ଯାଉଥିବା ଦେଖି ସାଗର ଲୋକଙ୍କୁ ଡାକି ଥିଲେ।ସ୍ଥାନୀୟ ଯୁବକ ଜଣକ ରିନୁ କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାବେଳେ ମୃତ ମହାବୀର କୁ ପାଇଁ ନ ଥିଲେ। ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନ ଥିଲେ । ଧର୍ମଗଡ଼ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କୁ ତ୍ୱରାନ୍ୱିତ କରିଥିଲେ।ଦୀର୍ଘ ୨ଘଣ୍ଟା ପରିଶ୍ରମ ପରେ ମୃତ ଦେହ ଉଦ୍ଧାର ହୋଇଥିଲା। ଉଦ୍ଧାର ପରେ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିବା ବେଳେ ସେଠାରୁ ଧର୍ମଗଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଡାକ୍ତର ମୃତ ଘୋଷଣା କରିବା ସହ ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।ଶବ ବ୍ୟବଚ୍ଛେଦ ପରେ ମୃତ ଦେହ କୁ ପରିବାର କୁ ହସ୍ତାନ୍ତର କରାଯାଇଛି।ଶୋକା କୁଳ ପରିବେଶ ମଧ୍ୟରେ ଗାଁ ମଶାଣି ରେ ଶେଷ କୃତ ସଂପନ୍ନ ହୋଇ ଯାଇଛି।ଏହି ଘଟଣା ପରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।ମୃତକ ଜଣକ ରାଜାରାମ ବାଗ ଙ୍କ କନିଷ୍ଠ ପୁତ୍ର ହୋଇଥିବା ଜଣା ପଡିଲା।

