ଖରସ୍ରୋତା ନଦୀକୁ ବାପ ସହ ଗାଧେଇବାକୁ ଯାଇ ପୁଅର ମୃତ୍ୟୁ

ଯାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦୀପ କୁମାର ମଲ୍ଲିକ) : ଖରସ୍ରୋତା ନଦୀକୁ ବାପାଙ୍କ ସହ ଗାଧୋଇ ଯାଇଥିବା ୧୦ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଘଟଣା ମୁତାବକ ପ୍ରସନ୍ନଜିତ ରାଉତରାୟଙ୍କ ପରିବାର ଯାଜପୁର ରୋଡରେ ରହୁଥିବା ବେଳେ, କିଛି ଦିନହେବ ଖରାଛୁଟି କାଟିବା ପାଇଁ ବିଞ୍ଝାରପୁର ଥାନା ଅନ୍ତର୍ଗତ ଓଲେଇ ଚନ୍ଦନପୁର ଗ୍ରାମକୁ ଆସିଥିଲେ। ହେଲେ ପ୍ରସନ୍ନଜିତ ରାଉତରାୟ ଶୁକ୍ରବାର ମଧ୍ୟାହ୍ନ ସମୟରେ ନିଜ ନାବାଳକ ପୁଅ ଶୁଭଙ୍କର ରାଉତରାୟ ଓରଫ ୠଶି (୧୦) କୁ ନେଇ ଘର ନିକଟସ୍ଥ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଥିବାବେଳେ ର୍ଦୁଭାଗ୍ୟ ବଶତଃ ନଦୀରେ ୠଶି ବୁଡ଼ି ଯାଇଥିଲେ। ଏହି ସମୟରେ ସେଠାରେ ଗାଧୋଉ ଥିବା ଗ୍ରାମବାସୀମାନେ ତୁରନ୍ତ ଋଶିଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଚିକିତ୍ସକ ୠଶିଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ଖବର ପାଇ ବିଞ୍ଝାରପୁର ପୋଲିସ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ୠଶିଙ୍କ ମୃତଦେହ ଜବତ କରିବା ସହ ଏକ ମାମଲା ଅପମୃତୁ କେସ ନଂ- ୧୨ / ୨୬ ୠଜ କରି ମୃତ ଋଶିଙ୍କ ମୃତଦେହର ବ୍ଯବଚ୍ଛେଦ ପାଇଁ ଯାଜପୁର ମୂଖ୍ଯ ଚିକିତ୍ସାଳୟକୁ ପଠାଇଥିଲେ । ୠଶିଙ୍କର ଏହି ଅକାଳ ବିୟୋଗରେ ପରିବାର ଓ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *