ଖପ୍ରାମାଲଠାରେ ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟା ପରିସରରେ ବ୍ଲକ ଗଣ୍ଡ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସରପଞ୍ଚ ବିଦେଶୀ ଧରୁଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମାଜର ବିଭିନ୍ନ ପ୍ରଗତି ଓ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ସଭାରେ ଗଣ୍ଡ ସମାଜର ଶିକ୍ଷା, ସଂସ୍କୃତି, ରାଜନୀତି ଓ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ସହିତ ସମାଜକୁ ଅଧିକ ସଂଗଠିତ କରିବା ଏବଂ ନିଜର ମୌଳିକ ଅଧିକାର ହାସଲ କରିବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ଉକ୍ତ ସାଙ୍ଗଠନିକ ସଭାରେ ମହେନ୍ଦ୍ର କୁମାର ଧରୁଆ, ନୃପରାଜ୍ ନାଏକ, ଉଦ୍ଧବ ଧରୁଆ, ଗୋଷିଙ୍ଗ ଧରୁଆ, ବୈଦ ମାଝୀ, ବାମଦେବ ଧରୁଆ, ମେହୁରଲାଲ ମାଝୀ, ତ୍ରିନାଥ ପୋଟା, ଅକୁର ମାଝୀ, ଦୁଲ୍ଲବ ଧରୁଆ, ଧନନ୍ତରୀ ଧରୁଆ, କ୍ଷିତିରାମ ମାଝୀ, ଡୋଲେ ମାଝୀ, ରୋହିତ ମାଝୀ, ହୀରାନ ମାଝୀ, କର୍ଣ୍ଣ ଧରୁଆଙ୍କ ସମେତ ସମାଜର ବହୁ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଶେଷରେ ନେତ୍ରାନନ୍ଦ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *