ମହାଜନଗୁଡାରେ ଅବକାରୀ ଚଢାଉ ; ୨ ଗିରଫ୍

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଅବକାରୀ ଥାନା ପକ୍ଷରୁ ଆଜି ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗ୍ରାମର ମନୋହର ସାହୁ ଏବଂ ବଳରାମ ମାଝୀ। ସୂଚନା ଅନୁଯାୟୀ, ମହାଜନଗୁଡା ଗ୍ରାମରେ ବେଆଇନ ମଦ କାରବାର ନେଇ ଗ୍ରାମବାସୀମାନେ ଅବକାରୀ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଆଜି ଗ୍ରାମରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ, ମନୋହର ସାହୁଙ୍କ ନିକଟରୁ ୧୧.୦୫ ଲିଟର ବିଦେଶୀ ମଦ ଓ ୭.୪୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସେହିପରି ବଳରାମ ମାଝୀଙ୍କ ନିକଟରୁ ୬ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଚଢ଼ାଉ ସମୟରେ ଅବକାରୀ ଓଆଇସିଙ୍କ ସମେତ ବିଭାଗୀୟ କର୍ମଚାରୀ ମହାଦେବ ମାଝୀ ଓ ଖୁସିଦେବ କଟା ପ୍ରମୁଖ ସାମିଲ ହୋଇ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ବେଆଇନ ମଦ କାରବାର ବିରୋଧରେ ଅବକାରୀ ବିଭାଗର ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଛି।

Leave a Reply

Your email address will not be published. Required fields are marked *