ଓସିଏସ ପାଇଲେ କେସିଙ୍ଗାର ଦୁଇ ସୁନା ଝିଅ କନକ ଓ ସଂଗୀତା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଓଡ଼ିଶା ସରକାରଙ୍କ ଅଧିନସ୍ଥ ଓପିଏସସି ପରୀକ୍ଷା ୨୦୨୪ -୨୫ ର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ କେସିଙ୍ଗା ର କନକ ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ ରେଙ୍କ ରେ ଓସିଏସ ପରୀକ୍ଷା କ୍ଲିଅର୍ କରି କେସିଙ୍ଗା ସମେତ ସମଗ୍ର କଳାହାଣ୍ଡି ଜିଲ୍ଲା କୁ ଗୌରବାନିତ କରିଛନ୍ତି। କେସିଙ୍ଗା ଗୌରୀଶଙ୍କର ମନ୍ଦିର ଗଳିରେ ତାଙ୍କ ଘର ଥିବା ବେଳେ ବାପାଙ୍କ ନାମ ସନ୍ତୋଷ କୁମାର ଜୈନ ଓ ମାଁ ଙ୍କ ନାମ ନମିତା ଜୈନ।ବାପା ଜଣେ ଅଞ୍ଚଳର ଜଣା ଶୁଣା ବ୍ୟବସାୟୀ। ପରିବାରର ସୂଚନା ଅନୁଯାୟୀ କନକ ଜୈନ ଙ୍କ ପ୍ରାଥମିକ ଶିକ୍ଷା କେସିଙ୍ଗା ଦ୍ରୋଣାଚାର୍ଯ୍ୟ ସ୍କୁଲ ରୁ ଆରମ୍ଭ ହୋଇ ପରେ ପରେ ରେ ରାଜ୍ୟ ବାହାରେ ପାଢ଼ୀ ଆଇଏଏସ ପାଇଁ ଚେଷ୍ଟା ଚଳାଇଥିଲେ। ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।ସେହିପରି କେସିଙ୍ଗା ୱାର୍ଡ ନଂ ୧୦ ମଶାଣିମୁଣ୍ଡା ର ଆଉ ଜଣେ ସୁନା ଝିଅ ସଂଗୀତା ସେଠୀ ମଧ୍ୟ ଚଳିତ ବର୍ଷ ଓସିଏସ ପରୀକ୍ଷା ରେ ୧୧୩ ନମ୍ବର ରେଙ୍କ୍ ରଖି ସଫଳତା ହାସଲ କରି କେସିଙ୍ଗା ର ଖୁସି କୁ ଦ୍ୱିଗୁଣିତ କରିଛନ୍ତି। ଉଭୟ ସୁନା ଝିଅଙ୍କ ଏହି ସଫଳତା ପାଇଁ କେସିଙ୍ଗା ନଗର ପାଲ ନୃପରାଜ୍ ଯାଦବ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବିଭିନ୍ନ ରାଜନୈତିକ ଦଳର ସଭାପତି, କେସିଙ୍ଗା ସିଟି ଜନ ଫୋରମ୍ ର ସଭାପତି ଡାକ୍ତର ହେମସାଗର ସାହା, କେସିଙ୍ଗା ସାମ୍ବାଦିକ ମହାସଂଘ ର ସଭାପତି ଙ୍କ ସମେତ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ କନକ ଜୈନ ଓ ସଂଗୀତା ସେଠୀ ଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *