ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଉପାନ୍ତ ଅଞ୍ଚଳର ଜଣେ ଚାଷୀଙ୍କ ପୁଅକୁ ମିଳିଛି ବଡ଼ ସଫଳତା। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୮୨ ଗ୍ୟାଙ୍କ୍ ରଖି ପାସ କରିଛନ୍ତି। ସେ ହେଲେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ସାନବାର୍ଲିର କେଶବ ମାଝୀ। ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁ ଥିବାବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଣେ ଆଦିବାସୀ ପୁଅ ସଫଳତା ପାଇବା ନେଇ ବେଶ୍ ଖୁସି ପ୍ରକଟ କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ। ସାନବାର୍ଲିର ନରସିଂ ମାଝୀଙ୍କ ପୁଅ କେଶବ। ସେ ଏବେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସିଧପୁର ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଅଛନ୍ତି। ୨୦୨୪ ମସିହାରୁ ଓଏଏସ୍ ପରୀକ୍ଷା ଦେଉଥିଲେ ବି ସଫଳ ହୋଇପାରି ନଥିଲେ। ୨ ଥର ବିଫଳ ହେବା ପରେ ତୃତୀୟ ଥରରେ ସଫଳତା ମିଳିଥିଲା। ବାପା ନରସିଂ ଓ ବଡ଼ଭାଇ ରବି ମାଝୀଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି କେଶବ। ଲୋକଙ୍କ ସେବାରେ ରହି ସମାଜ ର ମଙ୍ଗଳ ପାଇ କାମ କରିବି ବୋଲି କେଶବ କହିଛନ୍ତି।

