ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ଜବର ଦଖଲ ଉଛେଦ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ପାପଡାହାଣ୍ଡି ବ୍ଲକ୍‌ ର ୨୬ ନଂ ଜାତୀୟ ରାଜପଥ ଚାରିଥାକିଆ ହେବ। ଏଥିପାଇଁ ରାସ୍ତାର ଉଭୟକଡ଼ରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଆଜି, ଜାତୀୟ ରାଜପଥର ବାବାଜିଗୁଡା, ସେମଳା, ମୈଦଲପୁର ଓ ନୀଳାଦ୍ରିଗୁଡା ପର୍ଯ୍ୟନ୍ତ ବୁଲଡଜର ସାହାର୍ଯ୍ୟରେ ଉଚ୍ଛେଦ କରାଯାଇଛି। ସ୍ଥାନୀୟ ତହସିଲଦାର ତପନ କୁମାର ନାୟକଙ୍କ ନେତୃତ୍ୱରେ ଓ ପୁଲିସ ପ୍ରଶାସନଙ୍କ ଉପସ୍ଥିତିରେ ବାସଘର ଓ ଦୋକାନ ଘର ଭଙ୍ଗା ଯାଇଛି। ଅନ୍ୟପଟେ ଯେଉଁ ଦୋକାନୀ ମାନେ ବ୍ୟବସାୟ କରି ପରିବାର ଚଳୁଥିଲେ ସେମାନେ ବିଶେଷ କରି ପ୍ରଭାବିତ ହୋଇଛନ୍ତି। ଗ୍ରୀଷ୍ମର ପ୍ରକୋପ ବେଳେ ଗରମ ମଧ୍ୟ ଫିକା ପଡ଼ି ଯାଇଥିଲା ବାସ ହିନ ପରିବାର ପାଖରେ। ଟାଇଁ ଟାଇଁ ଖରାରେ କିଛି ଲୋକ ଘର ଭାଙ୍ଗି ସେମାନଙ୍କର ଜିନିଷ ପତ୍ରକୁ ସୁରକ୍ଷିତ ଜାଗାକୁ ନେଉ ଥିବା ଦେଖିବାକୁ ମିଳିଛି। ବାବାଜିଗୁଡା, ସେମଳା ଓ ମୈଦଲପୁର ପର୍ଯ୍ୟନ୍ତ ପ୍ରାୟ ୧୦୦ ଘର ଭଙ୍ଗା ଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *