ଶାଖା କେନାଲ ଭିତରେ ଓଲଟିଲା ଟ୍ରାକ୍ଟର

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର(ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ରାସ୍ତା ପ୍ରତାପପୁର ଚଞ୍ଚରାପଡା ଗେଟ୍ ନିକଟ ଦେଇ ଯାଇଥିବା ଶାଖା କେନାଳ ଭିତରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟି ପଡ଼ିଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରାଣହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ। ଦୁର୍ଘଟଣା ପରେ ଟ୍ରାକ୍ଟରର ଚାଳକ କିମ୍ବା ହେଲ୍‌ପର ସେଠାରେ ନଥିବାରୁ, ଏହା କାହାର ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *