ମହୁମାଛି କାମୁଡ଼ାରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : ମହୁ ମାଛି ଆକ୍ରମଣ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଖଜୁରିନାଳ ସାହିରେ। ଆଜି  ଷ୍ଟାଡିୟମ୍ ରେ ଖେଳ ସାରି ଘରକୁ ଫେରି ଭିତରକୁ ଯିବା ସମୟରେ ହଠାତ୍ ମହୁ ମାଛି ଯୁବକଙ୍କ ବେକ ଉପରେ କାମୁଡ଼ିବା ପରେ ସେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବାଲିଗୁଡ଼ା ମେଡିକାଲ ପହଞ୍ଚେଇଥିଲେ କିନ୍ତୁ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ନାମ ବି.ମହେଶ୍ୱର ରାଓ ଦୋରା, ଓରଫ ପିଣ୍ଟୁ ବୋଲି ଜଣା ପଡିଛି। ଦୀର୍ଘ ବର୍ଷ ହେବ ସେ ବାଲିଗୁଡ଼ା ପାଟଖଣ୍ଡା ମନ୍ଦିର କମ୍ପ୍ଲେକ୍ସରେ ଷ୍ଟେସନାରୀ ଦୋକାନ କରିଥିଲେ। ଯୁବକଙ୍କ ଅକାଳ ବିୟୋଗରେ ବାଲିଗୁଡ଼ା ବଜାର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। କିଛି ମାସ ପୂର୍ବରୁ ମଧ୍ୟ ବାଲିଗୁଡ଼ା ରେ ଆଉ ଜଣେ ବ୍ୟକ୍ତିଙ୍କ ମଧ୍ୟ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନା ରହିଛି ତେବେ ବାଲିଗୁଡ଼ା ମଧ୍ୟ ବଡ଼ ବଡ଼ ଶିମିଳି ଗଛ ରହିଛି ଆଉ ସେଇ ଗଛରେ ମହୁ ଫେଣା ବସା ବାନ୍ଧିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *