ପାଇଖାନା ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ୬ ମୃତ : ଜଣେ ଗୁରୁତର

ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ, ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟାଠାରେ ପାଇଖାନା ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତକ ହେଲେ ଉକ୍ତ ପାଇଖାନାର ନିର୍ମାଣ କାରୀ ଗୌଡ଼ କରଲାଖୁଣ୍ଟା ଗାଁ ର ନିମାଇଁ ପାଲ(୪୮), ତାଙ୍କ ପୁଅ ଆକାଶ ପାଲ (୨୮) ସହଯୋଗୀ ଶ୍ରମିକ ଅଦଲ ମାଝୀ (୫୫), ମାଟୋଗଣ୍ଡା ଗାଁର ମନୋରଞ୍ଜନ ହାତୀ (୨୭), ଦୁଟା ଗାଁର ଛନ୍ଦା ଜାଲ, ବିପୁଲ ଜାଲ ମୃତ୍ୟୁ ହୋଇଥିବା ବେଳେ ଗୁରୁତ୍ତର ଜଣକ ହେଲେ ହାତୀଖୋଜ ଗାଁ ର ପଙ୍କଜ ଯାନୀ (୩୨) ବୋଲି ଜଣାପଡ଼ିଛି। ମ, ରାମପୁର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୭ ଜଣଙ୍କୁ ଜେସିବି ମେସିନ ଦ୍ୱାରା ଟାଙ୍କିର ଛାତ କୁ ଭାଙ୍ଗି ଉଦ୍ଧାର କରି ମ ,ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ପ୍ରାଥମିକ ଚିକିତ୍ସା ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିବାବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଥିବା ସୂଚନା ମିଳିଛି। ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *