କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକରେ ରହିଛି ୩ ଗୋଟି ପେକ୍ସ, ଯଥା କଲମପୁର, ବଡ଼କୁଟୁରୁ ଓ ମଣ୍ଡଳ ଏବଂ ୩ ଗୋଟି ସ୍ଵଂଙ୍ଗ ସହାୟକ ଗୋଷ୍ଠୀ ହାରାମାଲ, ବନ୍ଧକନା ଓ ଇଚ୍ଛାପୁର। ଚାଷୀମାନେ ଧାନ ଅମଳ କରି ବିକ୍ରି ଅପେକ୍ଷାରେ ରହିଛନ୍ତି। ତେବେ ବୁଧବାର ଓ ଗୁରୁବାର ଦିନ ମା ତାରିଣୀ ସ୍ଵଂୟ ସହାୟିକା ଗୋଷ୍ଠୀ ଦ୍ଵାରା ପରିଚାଳିତ ହାରାମାଲ ଧାନମଣ୍ଡି ରୁ କିଛି ଚାଷୀଙ୍କ ଧାନ ଓଜନ ହୋଇ ମିଲ୍ କୁ ଯାଇଛି। ସେହିଭଳି ଯୋଗମାୟା ଗ୍ରୁପ ଦ୍ବାରା ପରିଚାଳିତ ବନ୍ଧକନା ମଣ୍ଡିରୁ ମଧ୍ୟ ଚାଷୀଙ୍କ ଧାନ ଓଜନ ହୋଇ ଯାଇଛି। ଅନ୍ୟପକ୍ଷରେ ଇଚ୍ଛାପୁର ମା ଲଙ୍କେଶ୍ଵରୀ ସ୍ଵଂୟ ସହାୟିକା ଗୋଷ୍ଠୀ ଦ୍ଵାରା ପରିଚାଳିତ ମଣ୍ଡି ରେ ପେକ୍ସ ସଭାପତି ଶଙ୍କର୍ଷଣ ବେହେରା, ନୋଡାଲ ଅଫିସର ଜୀତେନ୍ଦ୍ର କୁମାର, ଏମ ଆଇ ଲିସା ସାହୁ ଯୋଗଦେଇ ମହିଳା ଗୋଷ୍ଠୀ, ଆରଏମସି କର୍ତ୍ତୃପକ୍ଷ, ତଥା ମଣ୍ଡଳ ମଣ୍ଡିରେ ମଧ୍ୟ ଚାଷୀମାନଙ୍କ ସମେତ ଶ୍ରମିକ ମାନଙ୍କ ଉପସ୍ଥିତ ରେ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଛି। ଚଳିତ ମାସ ୨୦ ତାରିଖ ଠାରୁ ଜିଲ୍ଲା ପ୍ରଶାସନ ଯୋଗାଣ ବିଭାଗଙ୍କ ନିଷ୍ପତ୍ତି କ୍ରମେ ଧାନ ଉଠାଣ ନିମନ୍ତେ ମିଲର୍ସ ନିୟୋଜିତ ହୋଇଛନ୍ତି। କିନ୍ତୁ ଦୀର୍ଘ ୯ ଦିନ ହୋଇଥିଲେହେଁ ଆସାନୁ ରୂପକ ଅଦ୍ୟାବଧି ଧାନ ଉଠାଣ କରୁ ନ ଥିବାବେଳେ ମଣ୍ଡି ମାନଙ୍କରେ ଧାନକୁ ଜଗି ରହିଛନ୍ତି ଚାଷୀ। ବଡ କୁଟୁରୁ, ଡଙ୍ଗରିପଡ଼ା, ବିଜମରା, ଦୁଲୁକିବନ୍ଧ, ନୂଆଁ ଗାଁ, କୋଟାଗାଁ, ମୀନଗୁର, ଭଇଁରି, ମଣ୍ଡଳ, ବଙ୍କାପଲା, ଦେପୂର, ବରଗାଁ, କଲମପୁର, ଏବଂ ପଣ୍ଡିଗାଁ ଭଳି ପ୍ରାୟତଃ ମଣ୍ଡି ମାନଙ୍କରେ ବର୍ତ୍ତମାନ ସୁଦ୍ଧା ଧାନ ମହଜୁଦ ରହିଛି କିନ୍ତୁ ମିଲରଙ୍କ ଦେଖାନାହିଁ। ଜାରି ରହିଛି ଗ୍ରୀଷ୍ମ ପ୍ରବାହ ଆଗକୁ ମୌସୁମୀର ଆଗମନ ଚାଷୀଙ୍କ ମନରେ ଛନକା। ତେବେ କେବେ ସୁଦ୍ଧା ଆରମ୍ଭ ହେବ ମଣ୍ଡି ସବୁର ଧାନ ଉଠାଣ କାର୍ଯ୍ୟ ତାହା ସମସ୍ତଙ୍କ ଭିତରେ ଏକ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଉଠାଣ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ଚାଷୀକୁଳ ଦାବୀ କରୁଥିବା ଜଣାଯାଇଛି। ଚାଷୀ ମାନଙ୍କ ପ୍ରତୀ ରାଜନେତା ମାନଙ୍କର କିଛିବି ସହାନୁଭୂତି ପରିଲକ୍ଷିତ ହେଉନାହିଁ। ବିଶେଷତ ଆଞ୍ଚଳିକ ଏଜେଣ୍ଟ ଓ ମିଲ ମାଲିକ ମାନେ ଦୀର୍ଘ ବର୍ଷ ଧରି ଏହି ମଣ୍ଡି ମାନଙ୍କରେ ସଂଯୋଗ ରଖି କାର୍ଯ୍ୟ କରି ଆସୁଥିବାରୁ ସେମାନଙ୍କ ମନମାନି ଦିନକୁ ଦିନ ବଢୁଥିବା ଚାଷୀକୁଳଙ୍କୁ ନିରାଶ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

