କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଚଳିତ ବର୍ଷ ପ୍ରକାଶିତ ଓସିଏସ ପରୀକ୍ଷା ଫଳ ଅନୁଯାୟୀ ସମଗ୍ର ରାଜ୍ୟରେ ୨୦୦ ଜଣ ଯୁବକ ଯୁବତୀ କୃତ କାର୍ଯ୍ୟ ହୋଇଥିବା ବେଳେ ୧୧୩ ତମ ସ୍ଥାନ ରଖି କେସିଙ୍ଗା ୱାର୍ଡ ନଂ ୧୦ ମଶାଣିମୁଣ୍ଡା ର ଜଣେ କାଠ ମିସ୍ତ୍ରୀଙ୍କ ସ୍ତ୍ରୀ ସଂଗୀତା ସେଠୀ ଅଞ୍ଚଳକୁ ଗୌରବାନୀତ କରିଛନ୍ତି। ଜଣେ ଗୃହିଣୀ ଓ ଦୁଇ ଛୁଆ ର ମାଁ ଦିନକୁ ୮ ରୁ ୧୦ ଘଣ୍ଟା ପରିଶ୍ରମ କରିବା ସହିତ ନିଜର ସାଂସାରିକ ଜୀବନ କୁ ମଧ୍ୟ ବେଶ ସଫଳତାର ସହିତ ମୁକାବିଲା କରି ଆଜି ସଫଳ ହୋଇଥିବା କହିଛନ୍ତି। ତାଙ୍କୁ ଗୁରୁବାର ଦିନ କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସଂଘ ସଭାପତି ଦୟା ସୁନାନୀଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ , ସୁଶାନ୍ତ କୁମାର ମହାପାତ୍ର, ଯଯାତି କେଶରୀ ଦେଓ, ମଧୁସୂଦନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

