ସଂସ୍କୃତଭାରତୀ ଦ୍ୱାରା ସଂସ୍କୃତ ଶୋଭାଯାତ୍ରା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ସଂସ୍କୃତ ଭାଷାର ପୁନରୁଦ୍ଧାର ଏବଂ ଜନମାନସରେ ଏହାର ଜନଜାଗରଣ ସୃଷ୍ଟି କରି ପ୍ରଚାର ପ୍ରସାର ପାଇଁ କେସିଙ୍ଗା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ପୋଲିସ ଥାନା ପର୍ଯ୍ୟନ୍ତ ଏକ ସଂସ୍କୃତ ଶୋଭାଯାତ୍ରା ସଂସ୍କୃତ ଭାରତୀ ଦ୍ୱାରା ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଯୁବକ ଓ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ସହିତ ଯୋଡ଼ିବା।ଭାରତୀୟ ସଂସ୍କୃତି ଓ ଜ୍ଞାନ ପରମ୍ପରାର ପୁନରୁତ୍ଥାନ।ସାଂସ୍କୃତିକ ପୋଶାକରେ ପ୍ରଶିକ୍ଷାର୍ଥୀ ମାନଙ୍କ ଗୀତ, ଘୋଷ ଓ ପ୍ରେରଣାଦାୟକ ସନ୍ଦେଶ, ନୃତ୍ୟ ଏବଂ ନାଟକ ପରିବେଷଣ ରେ ସ୍ଥାନୀୟ ନାଗରିକ ମାନଙ୍କ ମନୋରଞ୍ଜନ ହୋଇଥିଲା। ସୂଚନାଯୋଗ୍ୟ ଯୋଗ୍ୟ ଯେ ୧୮ ମଇରୁ ଚାଲୁଥିବା ଏହି ପୂର୍ବ କ୍ଷେତ୍ରର ପ୍ରଶିକ୍ଷଣ ବର୍ଗର ଉଦ୍ୟାପନୀ ସମାରୋହ ୨୮ ମଇରେ ଆୟୋଜିତ ହେବ। ଏହି ଅବସରରେ କ୍ଷେତ୍ର ସଂଗଠନ ମନ୍ତ୍ରୀ ପ୍ରଣବନନ୍ଦ, କ୍ଷେତ୍ର ସଂଯୋଜକ ନୃସିଂହ ଚରଣ ପଣ୍ଡା, ପ୍ରାନ୍ତ ଅଧ୍ୟକ୍ଷ ଆୟୁଷ୍ମନ୍ତ ଷଡ଼ଙ୍ଗୀ, ପ୍ରାନ୍ତ ସମ୍ପାଦକ ଅଜିତ କୁମାର ପଣ୍ଡା, ପ୍ରାନ୍ତ ସହ ମନ୍ତ୍ରୀ ଡ଼ଃ ମାନସ ରଞ୍ଜନ ସାହୁ, ଡ଼ଃ ନବୀନ ପ୍ରଧାନ, ପ୍ରାନ୍ତ ଗଣସଦସ୍ୟ ତଥା ବର୍ଗ ବ୍ୟବସ୍ଥା ପ୍ରମୁଖ ଶାରଦାସାଗର ମହାନ୍ତି, ପ୍ରଶିକ୍ଷଣ ପ୍ରମୁଖ ଡ଼ଃ ମଧୁସୂଦନ ସାହୁ, ପ୍ରାନ୍ତ ପ୍ରଚାର ପ୍ରମୁଖ ଶେଷଦେବ ମିଶ୍ର, ସୁଧାକର ବେହେରା, ସନ୍ଧ୍ୟାରାଣୀ ଚୌଧୁରୀ, ବିରଜା ପ୍ରଧାନ, ହୀରାକାନ୍ତି ମାଝୀ, ଅଶୋକ ମୁଖାର୍ଜୀ, ସୁରେଶ ସୁନା, ସୁବ୍ରତ ରାଉତ, ରାଜେଶ୍ୱରୀ ରଥ, ଗଦାଧର ପ୍ରଧାନ, ଡ଼ଃ ରବୀନ୍ଦ୍ରନାଥ ଖଟୁଆ, ସଂଘଚାଳକ ବିଶ୍ୱନାଥ କମାନୀ, ଧର୍ମରାଜ ବାଗ, ଅଜିତ ରଣା ଉମେଶ ଭୋଇ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *