କାଳବୈଶାଖୀ ଯୋଗୁଁ ଚାଲିଗାଲା ଅନେକ ଜୀବନ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ଗତକାଲି ରାତିରେ କାଳବୈଶାଖୀ ତାଣ୍ଡବ ରଚିଥିବା ବେଳେ ଦୁଇଟି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହୁକୁମତୋଳା ପମ୍ପ ହାଉସରେ କାର୍ଯ୍ୟରତ ପମ୍ପ ଅପରେଟର ଜିତୁ ଜାଲଙ୍କ ଉପରେ ଏକ ବଡ଼ ଗଛ ପଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ସ୍ଥାନୀୟ ମଧୁମୁଣ୍ଡା ଗ୍ରାମରେ ରେ ବଜ୍ରାଘାତ ଯୋଗୁଁ ୧୧ଟି ବଳଦର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କାଳବୈଶାଖୀର ଏହି ତାଣ୍ଡବ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ମୁନିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *