ଭାରତୀୟ ମଜଦୁର ସଂଘର ଜିଲ୍ଲାସ୍ତରୀୟ ବୈଠକ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ରାଣିଗୁଡା ଫର୍ମଠାରେ ଜିଲ୍ଲା ସଭାପତି ମହନ ରାଓ ମାଝି ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି  ଯୋଗେଶ୍ୱର ଦାସ, ପ୍ରଭାରୀ ବିଶ୍ଵ ରଞ୍ଜନ ସାହା ଯୋଗଦେଇ ଚଳିତ ମାସ ୨୧ ତାରିଖ ଦିନ ହେବାକୁ ଥିବା ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ସହ ନୂତନ କର୍ମକର୍ତ୍ତା ଚୟନ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲେ। ଆଗାମୀ ଦିନରେ ରାୟଗଡ଼ା ଜିଲ୍ଲାରେ ଭାରତୀୟ ମଜଦୁର ସଂଘ କୁ ପଞ୍ଚାୟତ ଏବଂ ବ୍ଳକ ସ୍ତରରୁ କେନ୍ଦ୍ର ପର୍ଯ୍ୟନ୍ତ କିଭଳି ସଂଗଠନ କୁ ବିସ୍ତାର ଓ ମଜଭୂତ କରାଯିବ ତାପାଇଁ ପ୍ରସ୍ତୁତି କରାଯାଇଥିଲା ଏବଂ ବିଭିନ୍ନ ସଂଗଠନ ର ସମସ୍ୟା ଦାବି ଗୁଡିକ କୁ କିଭଳି ବ୍ଲକ ଜିଲ୍ଲା ରାଜ୍ୟ ସ୍ତର ରେ ଆଲୋଚନା କରାଯାଇ ତାହାର ସମାଧାନ କରାଯିବା ପାଇଁ ଆଲୋଚନା କରାଯାଇଥିଲା। ବୈଠକରେ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସିସିଏସନ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ଓଡ଼ିଶା ରାଜ୍ୟ ହସ୍ପିଟାଲ କର୍ମଚାରୀ ସଂଘ , ଓଡିଶା ପାଚିକା ସଂଘ, ବିଶ୍ୱକର୍ମା ମଜଦୁର ସଂଘ, ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ, ଜେକେ ପେପର ମଜଦୂର ସଂଘ , ଉତ୍କଳ ଆଲୁମିନା ଠିକା ମଜଦୂର ସଂଘ , ଇମ୍ପା ଠିକା କର୍ମଚାରୀ ସଂଘ, ରାୟଗଡ଼ା ପରିବା ବ୍ୟବସାୟ ମଜଦୂର ସଂଘ, ରାୟଗଡ଼ା ସଫେଇ ମଜଦୂର ସଂଘ, ରାୟଗଡ଼ା ଜିଲ୍ଲା ରାଜ ମେସ୍ତ୍ରୀ ସଂଘ ସହ ୧୧ ଟି ବ୍ଳକର ନେତୃବୃନ୍ଦ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଶେଷରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ।  ଉକ୍ତ କାର୍ଯ୍ୟକ୍ରମକୁ ଧର୍ମସିଂ ନାଗ, ଦୂର୍ଗା ମାଧବ ଘୋଷ,  ଉଷାରାଣୀ ଦାଶ, ଗୀତାଞ୍ଜଳି ହୀଆଲ, ତମାଳ ସାହୁକାର, କସ୍ତୁରୀ ନାୟକ, ସୂର୍ୟକାନ୍ତି ହରିଜନ, ସୁରେଶ ଚନ୍ଦ୍ର ସାହୁ, ଗୋବିନ୍ଦ କଣ୍ଡଗିରୀ, ପରମେଶ୍ୱର ହିପୀରିକା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *