କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଯୋଲକୋ ସ୍ଥିତ ବୌଦ୍ଧ ମଣ୍ଡପଠାରେ ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୮୦ ପ୍ରତିଶତ ରୁ ଉର୍ଦ୍ଧ ମାର୍କ ରଖିଥିବା ଛାତ୍ରଛାତ୍ରୀ ଙ୍କୁ ଅନୁସୂଚିତ ଜାତି ବିକାଶ ପରିଷଦ ଡମ ସମାଜ ତରଫରୁ ସମ୍ବର୍ଦ୍ଧନା କରାଯାଇଛି। ଏହି ପରିପ୍ରେକ୍ଷୀରେ ସଭାପତି ଅନଙ୍ଗ ତାଣ୍ଡିଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ କେସିଙ୍ଗା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପୂର୍ବତନ ପ୍ରବନ୍ଧକ ବେଲାଲ ସେନ ବେହେରା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜନ ଛତ୍ରିଆ ଓ ସାମ୍ବାଦିକ ଦୟାନିଧି ସୁନାନୀ ଯୋଗଦେଇ କେସିଙ୍ଗା ବ୍ଲକ ଦଶମ ଶ୍ରେଣୀ ରେ କୃତକାର୍ଯ୍ୟ ହୋଇଥିବା ଦେବେଶା ହରପାଲ, ସୁମନ ଦୁର୍ଗା, ଡୋଳାମଣି ସେନାପତି ଓ ଦ୍ୱାଦଶ ଶ୍ରେଣୀରେ କୃତକାର୍ଯ୍ୟ ପ୍ରଜ୍ଞା ସେନାପତି, ଲକ୍ଷ୍ମୀପ୍ରିୟା କୁମାର, ମାନସୀ ନନ୍ଦ, ପ୍ରିୟଦର୍ଶନୀ ନନ୍ଦ ପ୍ରମୁଖ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ଉପଢୌକନ ଓ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏବଂ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ଶିକ୍ଷା ହିଁ ଏକମାତ୍ର ଅସ୍ତ୍ର କଠିଣ ପରିଶ୍ରମ କରି ଏହି ଅସ୍ତ୍ର କୁ ପ୍ରୟୋଗ କରି ଆପଣ ମାନେ ନିଜର ଓ ପରିବାର ର ଗୌରବ ବଢେଇବା ସହ ରାଜ୍ୟ ଓ ଦେଶ ପାଇଁ ବିନିଯୋଗ କରନ୍ତୁ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଏହି ଅବସରରେ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନିୟ ଲେଖନୀ ପାଇଁ ଦୟାନିଧି ସୁନାନୀଙ୍କୁ ସମ୍ମାନିତ କରାଯିବା ସହ ଚାକିରୀ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅବସର ପ୍ରାପ୍ତ ନବକିଶୋର ନାୟକ, ପବିତ୍ର ମୋହନ ତାଣ୍ଡି , ପରାଶର ନାଏକ, ଭୁବନେଶ୍ବର ନାଏକ ପ୍ରମୁଖଙ୍କୁ କର୍ମକ୍ଷେତ୍ର ର ବିଦାୟକାଳୀନ ସମ୍ବର୍ଦ୍ଧନା, ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବାପି ବେହେରା, ସୁରେନ୍ଦ୍ର ଵିନିଆ, ଲୋକନାଥ ବେଶରା, ବିପିନବିହରି ତାଣ୍ଡି, ପ୍ରମିଳା ମାଝି, ବଳଦେବ ହରପାଲ, ସୁଖାଶନ ନନ୍ଦ, ଆଇନଜୀବୀ ହରିପ୍ରସାଦ ତାଣ୍ଡି ଓ କୃଷ୍ଣଚନ୍ଦ୍ର ନାଗ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନରେ କେସିଙ୍ଗା ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦ ଡମ ସମାଜ ପକ୍ଷରୁ ନିଃଶୁଳ୍କ କମ୍ପୁଟର ଶିକ୍ଷାଦାନ ଓ ଓଡିଶା ପ୍ରଶାସନିକ ସେବା ପ୍ରବେଶିକା ପରୀକ୍ଷା ପ୍ରସ୍ତୁତ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଉପ ସଭାପତି ବାପି ବେହେରା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଧ୍ଵଜ ନାଗ ଓ ଟିକେମନ ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ଜଗନ୍ନାଥ ସୁନା ଧନ୍ୟବାଦ ଦେଇଥିଲେ।

