କ. ନୂଆଗାଁ/କ୍ରାନ୍ତିକ୍ଷତ୍ର : ଭୋଟର ତାଲିକାକୁ ଅଧିକ ସଠିକ୍ ଓ ନିର୍ଭୁଲ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ (ଏସ୍ ଆଇଆର୍) କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଆରମ୍ଭ ହୋଇଯାଇଛି। ଏହି ପରିପେକ୍ଷୀରେ କ. ନୂଆଗାଁ ବ୍ଲକ ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ଲେତିଙ୍ଗିଆ ପଞ୍ଚାୟତ ପରିଦର୍ଶନ କଲେ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାଶ, ପ୍ରଥମ ଥର ଦୁର୍ଗମ ଅଞ୍ଚଳରେ ଆଇଏସ୍ ପଦାଧିକାରୀଙ୍କ ପାଦ ଗାଁ ରେ ପଡ଼ି ଥିବାରୁ ଆଦିବାସୀ ଜନ ଜାତିଙ୍କ ମଧ୍ୟ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଉପଜିଲ୍ଲାପାଳ ଙ୍କୁ ଗ୍ରାମ ବାସି ଭବ୍ୟ ସ୍ୱାଗତ କରି ଗ୍ରାମ କୁ ପାଛୋଟି ନେଇ ଥିଲେ। ଏହି ଗ୍ରାମ ପୂର୍ବରୁ ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ରହିଥିଲା। କୌଣସି ଅଧିକାରୀ ଉକ୍ତ ଗ୍ରାମକୁ ଯିବା ପାଇଁ ଅମଙ୍ଗ ହେଉ ଥିଲେ। ବାଲିଗୁଡ଼ା ଉପଜିଲ୍ଲାପାଳ ଉକ୍ତ ଅଞ୍ଚଳ ଗସ୍ତ କରି ପଞ୍ଚାୟତ ଗୃହରେ ଏକ ବୈଠକ କରି ସଘନ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଯୋଗ୍ୟ ନାଗରିକ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ସହ ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେଇ ଏକ ନିର୍ଭୁଲ ଭୋଟର ତାଲି କା ପ୍ରସ୍ତୁତ କରିବା ବିଷୟରେ ସଚେତନ କରିଥିଲେ। ଏହି ଅବସରରେ କ ନୂଆଗାଁ ଗୋଷ୍ଠୀଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ, ସରପଞ୍ଚ କୁନାଲ ଚନ୍ଦ୍ର ପ୍ରଧାନ, ସମିତି ସଭ୍ୟ କୁନାଲ ଦିଗାଲା, ପିଇଓ ଅଭିନାଶ ସାହୁ, ଏଡିଓ ମଧୁସ୍ମିତା ପ୍ରଧାନ, ଅଙ୍ଗନବାଡି କର୍ମୀ ଲିନା ପ୍ରଧାନ, କଳାବତୀ ପ୍ରଧାନ, ପଦ୍ମିନୀ ଦିଗାଲ, ରଶ୍ମି ରେଖା ଦିଗାଲ, ଗାଁ ସାଥି ସାନୁଜ ବୁର୍ଗୀ ସମେତ ଗ୍ରାମବାସି ପ୍ରମୁଖ ଉପସ୍ଥିତ ରହି ଥିଲେ।

