ଆଞ୍ଚଳିକ ସ୍ତରୀୟ ଯୁବଯାଦବ ଏବଂ ମହିଳା ସଂଘ ଗଠନ

ବେହେରା/କ୍ରାନ୍ତିକ୍ଷେତ୍ର, (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମିର୍ଜାପୁରଠାରେ ଖୁଣ୍ଟିଆ ଆଞ୍ଚଳିକ ଯାଦବ ସମିତିର ସଭାପତି ପଦ୍ମବନ ବେମାଳଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା!ଳ। ଯାଦବ ସମାଜର ସାମାଜିକ ସଂସ୍କାର ତଥା ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ଅର୍ଥନୀତି, ରାଜନୈତିକ, ପ୍ରତେକ କ୍ଷେତ୍ରରେ ସମାଜର ଉନ୍ନତି ନିମନ୍ତେ ଖୁଣ୍ଟିଆ ଆଞ୍ଚଳିକ ଯାଦବ ସମିତିର ଯୁବ ଯାଦବ ଏବଂ ମହିଳା ସଂଘଠନ ବିଧିବଦ୍ଧ ଭାବରେ ଗଠନ କରାଯାଇଥିଲା। ଯୁବ ଯାଦବ ସଭାପତି ଭାବେ ଡିଙ୍ଗର ଗହୀର, ଉପସଭାପତି ଉପେନ୍ଦ୍ର ବାଗ, ସମ୍ପାଦକ ଟିକେଶ୍ୱର ଗୋପାଳ, ସହସମ୍ପାଦକ ଉପେନ୍ଦ୍ର ହାତୀ କୋଷାଧ୍ୟକ ଗଜିନ୍ଦ୍ର ଗୋପାଳ ତତସହ ମହିଳା ସଭାନେତ୍ରୀ ଭାବରେ ଚମ୍ପାତାଣ୍ଡି, ଉପ ସଭାନେତ୍ରୀ ପୁଷ୍ପଲତା ଗୋପାଳ, ସମ୍ପାଦିକା ଗୀତାଞ୍ଜଳି ଗୋପାଳ, ସହସମ୍ପାଦିକା ପ୍ରେମଳତା ନାଗ, କୋଷାଧ୍ୟକ ନମିତା ଛତ୍ରିଆ ସମସ୍ତଙ୍କ ସହମତି କ୍ରମେ ମନୋନୀତ ହୋଇଥିଲେ। ଆଗାମୀ ଦିନରେ ସମାଜ ର ଉନ୍ନତି ମୂଳକ କାର୍ଯ୍ୟକ୍ରମ ନିସ୍ଵାର୍ଥ ଭାବେ ସମ୍ପାଦନ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଖୁଣ୍ଟିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ପରୀକ୍ଷ୍ୟା ରେ ୫୨୩ମାର୍କ ରଖି ବିଦ୍ୟାଳୟରେ ଟପ୍ପର ହୋଇଥିବାରୁ ତୁଷାର ଗହୀରଙ୍କୁ ଯାଦବ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ  ପଦ୍ମବନ ହାତୀ, ମାଧବ ନାଗ, ଧବଳେଶ୍ୱର ବାଗ, ଦିଗାମ୍ବର ହାତୀ, ମାନସିଂ ଖରସେଲ, ନେପାଳ ଖରସେଲ, ରାଧେଶ୍ୟମ ଗୋପାଳ ବିଶ୍ଵାମିତ୍ର ବାଗ, ଗୋବର୍ଧନ ଗୋପାଳ, ନେପାଳ ନାଗ, କ୍ଷମା ନାଗ, ପିତାମ୍ବର ହାତୀ ପ୍ରମୁଖ ବ୍ୟକ୍ତି ସମୂହ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *