ସାମ୍ବାଦିକ ସଙ୍ଘରେ ସାମିଲ ହେଲେ ୪ ନୂତନ ସଦସ୍ୟ

ଆଠମଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତି ପ୍ରକାଶ ମିଶ୍ର) : ଆଠମଲ୍ଲିକ ସହର ସ୍ଥିତ ସର୍କିଟ ହାଉସ ପରିସରରେ ଏଡ଼ିୟୁଜେ ସାମ୍ବାଦିକ ସଙ୍ଘ ତରଫରୁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା ସାମ୍ବାଦିକ ସଙ୍ଘ (ଏଡ଼ିୟୁଜେ) ସଭାପତି ଅଜିତ କୁମାର ଧର, ଉପସଭାପତି କମଳାକାନ୍ତ ମିଶ୍ର, ସୁଧାକର ସାହୁ ସମ୍ପାଦକ ସ୍ୱାଧୀନ ସାମଲ, କୋଷାଧକ୍ଷ ରାଜେଶ ସେକ ସେରିଆଙ୍କ ଉପସ୍ଥିତି ରେ ନୂତନ ଭାବରେ ଚାରି ଜଣ ସାମ୍ବାଦିକ ଏଡ଼ିୟୁଜେ ର ସଭ୍ୟ ଗ୍ରହଣ କରି ସାମ୍ବାଦିକ ସଙ୍ଘରେ ସାମିଲ ହୋଇଥିଲେ। ନୂତନ ଭାବରେ ମିଶିଥିବା ସୁନୀଲ କୁମାର ମିଶ୍ର, ଜ୍ୟୋତିପ୍ରକାଶ ମିଶ୍ର, ଶ୍ୟାମାପ୍ରସାଦ ଜ୍ୟୋତିଷରାୟ, ଜ୍ୟୋତିପ୍ରକାଶ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ସ୍ୱତନ୍ତ୍ର ବୈଠକରେ ବରିଷ୍ଠ ସାମ୍ବାଦିକ ଉଦିପ୍ତ ପୁରୋହିତ, ସୁବାଷ ଶତପଥୀ, ସୁବୋଧ ମିଶ୍ର, ବିନୟ ପଟ୍ଟନାୟକ, ବୁଲୁ ଦଳେଇ, ଧନଞ୍ଜୟ ନାୟକ, ଶତ୍ରୁଘ୍ନ ସାହୁଙ୍କ ସମେତ ଏଡ଼ିୟୁଜେ ସାମ୍ବାଦିକ ସଙ୍ଘ ର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *