ବଜ୍ରାଘାତ ନେଇଗଲା ୪୦ ଛେଳିର ଜୀବନ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝିଗୁଡ଼ା ପଞ୍ଚାୟତର କୂରାଡ଼ି ଗ୍ରାମରେ ୪୦ ଟି ଛେଳି ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାଳବୈଶାଖୀର ତାଣ୍ଡବରେ ପ୍ରବଳ ଘଡଘଡି ସହ ପବନ ବର୍ଷା ହୋଇଥିବାରୁ ଗଛ ମୂଳରେ ଥିବା କୂରାଡ଼ି ଗ୍ରାମର ନିଗରାଜୁ ଉଲାକାଙ୍କ ସହ ୮ପରିବାର ର ବଜ୍ରାଘାତରେ ୪୦ ଗୋଟି ଛେଳି ମୃତ୍ୟୁ ହୋଇଛି। ଏହାମୂଲ୍ୟ ପାଖା ପାଖି ୫ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି। ଏହାକୁ ନେଇ ପଶୁଚିକିତ୍ସକ ଓ ରାଜସ୍ୱ ନିରୀକ୍ଷକଙ୍କୁ ଜଣାଇ ଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି। ଏହାର ରିପୋର୍ଟ ରାଜସ୍ୱ ଅଧିକାରୀ ବା ତହସିଲଦାର ଙ୍କୁ ରିପୋଟ ଦେବା ପରେ ସରକାରଙ୍କ ଠାରୁ ଯାହା ସହାୟତା ଆସିବ ତାହା ଯୋଗାଇ ଦିଆଯିବ ବୋଲି କହିଥିବା ନିଗରାଜୁ କହିଛନ୍ତି। ବର୍ଷ ବର୍ଷ ଧରି ଛେଳି ମାନଙ୍କୁ କେତେ କଷ୍ଟ କରି କୁହାଇ ପିଆହି ରଖି ଥିଲି ଆଜି ମୋ ଛେଳି ସବୁ କୁ ବଜ୍ରାଘାତ ମାରି ଖାଇଦେଲା ବୋଲି ଦୁଃଖ ରେ ଭାଙ୍ଗି ପଡିଛନ୍ତି ନିଗରାଜୁ ଙ୍କ ସହ ପରିବାର ଲୋକେ। ଏହାକୁ ନେଇ ସରକାର ଙ୍କୁ ସହାୟତା ରାଶି ପ୍ରଦାନ କରାଯାଉ ବୋଲି ଅନୁରୋଧ କରିଛନ୍ତି ଗ୍ରାମ ବାସୀ।

Leave a Reply

Your email address will not be published. Required fields are marked *