ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଛତା ଓ ଚପଲ ବଣ୍ଟନ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ଗ୍ରାମ ପଞ୍ଚାୟତରେ ଏକ ସମାଜସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଅସହାୟ, ଗରିବ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଏବଂ ବିଧବା ମହିଳାମାନଙ୍କୁ ସହାୟତାର ହାତ ବଢ଼ାଇଛି ସାମାଜିକ ସଂଗଠନ “ବିନ୍ଦୁମିନା ସେବା ଫାଉଣ୍ଡେସନ”। ଫାଉଣ୍ଡେସନ ପକ୍ଷରୁ ଆଜି ଅଞ୍ଚଳର ପ୍ରାୟ ୬୭୦ ଜଣ ହିତାଧିକାରୀଙ୍କୁ ମାଗଣାରେ ଛତା ଓ ଚପଲ ବଣ୍ଟନ କରାଯାଇଛି। ଏହି ସେବା କାର୍ଯ୍ୟକ୍ରମରେ ବିନ୍ଦୁମିନା ସେବା ଫାଉଣ୍ଡେସନର ମାନ୍ୟବର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ସ୍ୱୟଂ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିବା ସହ ସମସ୍ତଙ୍କୁ ସହଯୋଗ କରିଥିଲେ। ଏହି ଅବସରରେ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ଓ ସମାଜସେବୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅତିଥି ଓ ସହଯୋଗୀଙ୍କ ମଧ୍ୟରେ ଜୟନ୍ତ ସିଂ, ଜୟରାମ ସାହୁ, ଲଳିତ ମଙ୍ଗରାଜ, ସଂଜୀବ ନିଆଲ,  ବାଲକୃଷ୍ଣ ପୁଟେଲ, କୁରୁକ୍ଷେତ୍ର ବାଗ, ମନୋଜ ଅଗ୍ରୱାଲ, ଜୟକୃଷ୍ଣ ସାହୁ,  ବିଶି କେଶନ ଜୋତିଶ, ସମିତି ସଭ୍ୟା ସପୁରି ଭୋଇ ଏବଂ  ଗଣେଶ ସାହୁଙ୍କ ସମେତ ଫାଉଣ୍ଡେସନର ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଓ ସହଯୋଗୀମାନେ ଉପସ୍ଥିତ ରହି ସେବା କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଫାଉଣ୍ଡେସନର ଏଭଳି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *