ସିକେରକୁପା ଛକରେ ଓଲଟିଲା କୋଇଲା ବୋଝେଇ ଟ୍ରକ

କଳାହାଣ୍ଡି/କ୍ରାନ୍ତି କ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର ) : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ସିକେରକୁପା ଛକ ବୁଲାଣିରେ ଆଜି ଏକ କୋଇଲା ବୋଝେଇ ଟ୍ରକ ସିଜି- ୦୪- ପିଡି-୪୩୧୨ ନମ୍ବର ବିଶିଷ୍ଟ ବିଶାଖାପାଟଣା ଠାରୁ କୋଇଲା ବୋଝେଇ କରି ରାୟଗଡା ଅଭିମୁଖେ ଯାଉଥିବା ବେଳେ ସିକେରକୁପା ଛକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି। ଫଳରେ ଚାଳକ ଆହତ ହୋଇ ଅଳ୍ପକେ ବର୍ତ୍ତିଛନ୍ତି। ସ୍ଥାନୀୟ ଲୋକେ ଖବର ଦେବାପରେ ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡିକା ଘଟଣା ସ୍ଥଳରେ ପହଞ୍ଚି ଚାଳକକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ଜଣାପଡିଛି। ବର୍ତ୍ତମାନ ଟ୍ରକ ଟି ଏବେ ରାସ୍ତା ଉପରେ ଓଲଟି ପଡ଼ିଛି। ତେବେ ଏହି ରାଜ୍ୟ ରାଜପଥରରେ ଦିନ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏହି ରାସ୍ତାରେ ଯାତାୟତ ପାଇଁ ଲୋକେ ଭୟ କରୁଛନ୍ତି।

Leave a Reply

Your email address will not be published. Required fields are marked *