ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର : ଆଠମଲ୍ଲିକ ଅଞ୍ଚଳର ମହାନ ଶୈବ ପୀଠ ଦେଉଳଝରୀ ପରିସର ସଭା ଗୃହ ଅନୁଗୁଳ ଜିଲ୍ଲା କୁମ୍ଭାର ସଙ୍ଘର ବାର୍ଷିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ବିଳନୀରେ ଅନୁଗୋଳ ଜିଲ୍ଲା କୁମ୍ଭାର ସମାଜର ପ୍ରାୟ ୭୦୦ ରୁ ଉର୍ଦ୍ଧ୍ୱ ସଦସ୍ୟ ଏବଂ ସଦସ୍ୟା ଯୋଗ ଦେଇ ଥିଲେ। ସୁକାନ୍ତ କୁମାର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବିଳନୀରେ ଅତିଥି ଭାବରେ ବୌଦ୍ଧ ଜିଲ୍ଲା କୁମ୍ଭାର ସମାଜର ପୂର୍ବତନ ସଭାପତି ନନ୍ଦ କିଶୋର ରଣା ଏବଂ କାର୍ଯ୍ୟକାରୀ ସଭାପତି ଭୋଳାନାଥ ରଣା, ସମ୍ବଲପୁର ଜିଲ୍ଲାର ସଭାପତି ହରିହର ରଣା, ସୋନପୁର ଜିଲ୍ଲାର ପୂର୍ବତ୍ତନ ସଭାପତି ଦେବପ୍ରସାଦ ରଣା ଏବଂ ଓଡ଼ିଶା ଶିଳ୍ପୀ ମହାସଂଘର ଉପସଭାନେତ୍ରୀ କଳ୍ପନା ରଣା ଯୋଗଦେଇ ଥିଲେ। ସଙ୍ଘର ସମ୍ପାଦକ ଯୁଧିଷ୍ଠିର ବେହେରା ବିଗତ ଏକ ବର୍ଷରେ ହୋଇଥିବା କାର୍ଯ୍ଯକ୍ରମ ଗୁଡିକ ବିଷୟରେ ପାଠ କରିଥଲେ। ସଭାପତି ସମାଜକିପରି ଉନ୍ନତି ହେବ ଓ ଲାଭ ବାନ ହେବ ତାହାରି ଉପରେ ବକ୍ତବ୍ୟ ରଖିଥିଲେ। ସମାଜର ଅଧିକ ନମ୍ବର ରଖି ପାସ କରିଥିବା ମେଧାବୀ ଛାତ୍ର ଛାତ୍ରୀ ଏବଂ ଉଚ୍ଚ ଶିକ୍ଷା ଲାଭ କରିଥିବା ଯୁବକ ଯୁବତୀଙ୍କୁ ସମାଜ ତରଫରୁ ସମ୍ମାନିତ କରାଗଲା। ଧୋବେଇ ରଣା, ବବ୍ରୁବାହାନ ରଣା, ବନମାଳୀ ରଣା, ନରୋତ୍ତମ ବେହେରା, ସନ୍ତୋଷ କୁମାର ବେହେରା, ରଞ୍ଜନ କୁମାର ରଣା, ବିଷ୍ଣୁ ଚରଣ ରଣା ପ୍ରମୁଖ ସହଯୋଗ କରିଥଲେ। କୃଷ୍ଣ ଚନ୍ଦ୍ର ବେହେରା ଏବଂ ଧନେଶ୍ୱର ରଣା ସମ୍ବିଳନୀ କୁ ପରିଚାଳନା କରିଥିଲେ। ଶେଷରେ ପୂର୍ଣ୍ଣ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

