ବୈଦିକ ବ୍ରାହ୍ମଣ ସମାଜର ବୈଠକ

ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର : ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଆଠମଲ୍ଲିକ ବୈଦିକ ବ୍ରାହ୍ମଣ ସମାଜର ସଭ୍ୟ ମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ରାଧାମୋହନ ତ୍ରିପାଠୀ ବେଦ ପାଠ କରି ଆଲୋଚନାର ଶୁଭାରମ୍ଭ କରିଥିଲେ। ଆଗାମୀ ଦିନରେ ଆଠମଲ୍ଲିକ ଅଞ୍ଚଳରେ ରହୁଥିବା ସମସ୍ତ ବ୍ରାହ୍ମଣ ପରିବାର କୁ ସମାଜରେ ଯୋଡିବା ପାଇଁ ନିଷ୍ପତି ନିଆ ଯାଇଥିଲା। ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର, ସମ୍ପାଦକ ରଞ୍ଜିତ ମିଶ୍ର, ଉପସଭାପତି ସୁବୋଧ କୁମାର ମିଶ୍ର, ସଭ୍ୟ ରାଜେଶ କୁମାର ମିଶ୍ର, ସୁନୀଲ କୁମାର ଶାସନୀ, ଉଦିପ୍ତ ପୁରୋହିତ ପ୍ରମୁଖ ସଂଗଠନ କିପରି ମଜଭୁତ ହୋଇ ପାରିବ ତାହାରି ଉପରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ଟିମାବନ୍ଧୁ ମିଶ୍ର, ସୁବାଷ ଶତପଥି, ରମାକାନ୍ତ ଚାନ୍ଦ, ଜ୍ୟୋତିପ୍ରକାଶ ମିଶ୍ର, କମଳାକାନ୍ତ ମିଶ୍ର, ସୁବୋଧ ଆଚାର୍ଯ୍ୟ, ହରି ମହାପାତ୍ର, ରଞ୍ଜନ କୁମାର ତ୍ରିପାଠୀ, ରଞ୍ଜନ କୁମାର ମିଶ୍ରଙ୍କ ସମେତ ବ୍ରାହ୍ମଣ ସମାଜର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *