ମଦ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ମହିଳା

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗୋପିଗୁଡା ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ଗାଁରେ ମଦ ବିକ୍ରି ବନ୍ଦ ଓ ମଦ ମୁକ୍ତ ଗାଁ ଗଠନ କରିବା ନେଇ ଜିଲ୍ଲାପାଳ ନଥିବାରୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଖପାଖ ଗ୍ରାମ ମାନଙ୍କରେ ମଦ ବନ୍ଦ କରାଯାଇ ଥିବା ବେଳେ ତାଙ୍କ ଗ୍ରାମରେ ମଦ ବିକ୍ରି କରାଯାଉଛି ଯାହା ଫଳରେ ଲୋକେ ମଦ ପିଇ ଦୁର୍ଘଟଣା ଘଟୁଛି। ମଦ ପିଇ ପରିବାର ବିଛେଦ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି। ମଦ ପାଇଁ ପରିବାର ଲୋକେ ସର୍ବସ୍ୱାହା ହୋଇ ଯାଉଛନ୍ତି। କିଏ ପୁଅକୁ ହରାଉଛି ତ ଜଣେ ଜଣେ ସ୍ତ୍ରୀ ତା ସ୍ଵାମୀଙ୍କୁ ହରାଉଛି। ମଦ ବନ୍ଦ ହେଲେ ସବୁ ଠିକ୍ ହେବା ସହ ସମାଧାନ ହୋଇଯିବ ବୋଲି ମହିଳା ମାନେ ତାଙ୍କର ଅଭିଯୋଗ ପତ୍ରରେ ଦାଖଲ କରିଛନ୍ତି। ଗ୍ରାମରେ ସବୁ ଦିନ ପାଇଁ ମଦ ବନ୍ଦ କରିବାକୁ ଦାବୀ କରିଛନ୍ତି। ଯଦି ନ କରନ୍ତି ଆଗାମୀ ଦିନରେ ଗ୍ରାମର ମହିଳା ଆଇନକୁ ହାତକୁ ନେବୁ ବୋଲି ଚେତାବନୀ ଦେଇଛନ୍ତି। ଏହି ଅଭିଯୋଗ ଶୁଣି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିଲେ। ଗ୍ରାମର ୨୦୦ ଶହ ମହିଳା ଏଥିରେ ଉପସ୍ଥିତ ରହିଥିଲେ। ସେହିପରି ସ୍ଥାନୀୟ ମୈଦଳପୁର ଥାନା ଅଧିକାରୀଙ୍କୁ ମଧ୍ୟ ମଦ ବନ୍ଦ ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *