ବିଜେଡ଼ି ତରଫରୁ ମହିଳା ଅଧିକାର ଶୋଭାଯାତ୍ରା

ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ରାଜ୍ୟରେ ନୂତନ ସରକାର ଗଠନ ହେଲା ପରେ ନାରୀ ଅତ୍ୟାଚାର କ୍ରମଶଃ ବୃଦ୍ଧି ପାଇବା, କେନ୍ଦ୍ର ସରକାର ମହିଳାଙ୍କ ପାଇଁ ୩୩ ଭାଗ ସ୍ଥାନ ସଂରକ୍ଷଣ ନଦେବା ଓ ଦରଦାମ ବୃଦ୍ଧି ପ୍ରତିବାଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ପ୍ରତିବାଦ ଚାଲିଥିବା ବେଳେ ଆଠମଲ୍ଲିକରେ ମଧ୍ୟ ବିଜେଡ଼ି ତରଫରୁ ନାରୀ ଅଧିକାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ମା ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବିଜେଡ଼ି ମହିଳା ତରଫରୁ ଏକତ୍ରିତ ହୋଇ ଥିଲେ। ବିଧାୟକ ଇଂ ନଳିନୀକାନ୍ତ ପ୍ରଧାନଙ୍କ ନେତୃତ୍ୱ ରେ ଏକ ମହିଳା ଶୋଭାଯାତ୍ରା ବାହାରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ଥିଲେ। ସେଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରତିବାଦ ସଭା କରାଯାଇଥିଲା। ପ୍ରତିବାଦ ସଭା ରେ ବିଧାୟକ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଏନଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁ, ବ୍ଲକ ବିଜେଡ଼ି ସଭାପତି ମହେଶ୍ୱର ଦେହୁରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତ ରଞ୍ଜନ କର୍ଣ୍ଣ, ଜିଲ୍ଲା ପରିଷଦ ସଦସ୍ୟା ଅନୁପମା ସାହୁ, ବିଷ୍ଣୁପ୍ରିୟା ପ୍ରଧାନ, ରଶ୍ମିରେଖା ମାହାର ପ୍ରମୁଖ ରାଜ୍ୟ ସରକାର ଙ୍କ ଉପରେ ବର୍ଷବା ସହିତ ସର୍ବ ଭାରତୀୟ ସ୍ତରରେ ମହିଳା ମାନଙ୍କ ପାଇଁ ଶତକଡା ୩୩% ସରଂକ୍ଷଣ ଦେବାକୁ ଦାବୀ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳ, ଯୁବନେତା ମହେନ୍ଦ୍ର ସାହୁ, ଏନ ଏ ସି ଉପାଧ୍ୟାକ୍ଷ ଗଦାଧର ସ୍ୱାଇଁ, ନଗର ବିଜେଡ଼ି ସଭାପତି ପ୍ରଦୀପ କୁମାର ଦାଶ, ପୂର୍ବତନ ସରପଞ୍ଚ ବିଶ୍ୱମ୍ବର ବେହେରା, ସରପଞ୍ଚ ଦିଲ୍ଲୀପ ପ୍ରଧାନ, ଅଶୋକ ପ୍ରଧାନ, ଅଜିତ ଆଚାର୍ଯ୍ୟ, ଯୁବନେତା ହିମାଂଶୁ ଶେଖର ପ୍ରଧାନ, ,ନିରାକାର ଭୁକ୍ତା, ସିଦ୍ଧାର୍ଥ ଶଙ୍କର ମହାକୁଡ଼, ଅରୁଣ କୁମାର ସାହୁ, କୁମୁଦ ସାହୁ, ଜିତେନ୍ଦ୍ର ବେହେରା, ଉତ୍ତମ ମାଟିଆରି, ଅର୍ଜୁନ ସାହୁ, ତପନ କୁମାର ସାହୁ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ଓ ବହୁ ବିଜେଡ଼ି ସମର୍ଥକ ସାମିଲ ହୋଇଥିଲେ। ଶେଷରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ନାରୀ ଅଧିକାର କୁ ନେଇ ଏକ ଦାବିପତ୍ର ସ୍ଥାନୀୟ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା ଙ୍କୁ ପ୍ରଦାନ କରା ଯାଇଥିଲା।

Leave a Reply

Your email address will not be published. Required fields are marked *