ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ପାପଡ଼ାହାଣ୍ଡି ବ୍ଳକ୍ ମୈଦଲପୁର ଅଧିନ ଗର୍ଭରାଇ ଶୈବପୀଠ ପ୍ରାଙ୍ଗଣରେ ସ୍ଥାନୀୟ ମୈଦଲପୁର ସରକାରୀ ହାଇସ୍କୁଲର ୧୯୯୫ ମ୍ୟାଟ୍ରିକ୍ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୨୯ ବର୍ଷର ମାଟ୍ରିକ ବନ୍ଧୁମାନେ ଏକାଠି ମିଶିଥିବାରୁ ପୁରୁଣା ସ୍ମୃତିକୁ ମନେ ପକାଇବା ସହ ହସଖୁସିର ଦିନଟି କଟାଇଥିଲେ। କର୍ମମୟ ଜୀବନରୁ ଗୋଟିଏ ଦିନ ବାହାର କରିବା ଲାଗି ଏହି ବ୍ୟାଚ୍ର ୨୫ଜଣଙ୍କୁ ନେଇ ଏକ ହ୍ବାଟସ୍ପ୍ ଗ୍ରୁପ ତିଆରି କରି ସମସ୍ତଙ୍କୁ ଏକାଠି ମିଶିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ଆଜିର ବନ୍ଧୁମିଳନରେ ସାଙ୍ଗ ମାନଙ୍କ ସହ ସପରିବାର ଯୋଗ ଦେଇଥିଲେ। ସାଙ୍ଗସାଥୀ ମେଳରେ ସମସ୍ତେ ନିଜକୁ ହଜାଇ ଦେଇଥିଲେ। ମ୍ୟାଟ୍ରିକ ପରେ ନିଜ ନିଜ ଜୀବନର ଗତିପଥ ଉପରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ସମସ୍ତେ ସୁଖ ଦୁଃଖରେ ସାମିଲ ହେବା ପାଇଁ ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ସରସ ଚନ୍ଦ୍ର ଜାଲ, ଭୂବନ ମୋହନ ବିଷୋୟୀ, ନଟବର ସାହୁ, ବଂଶୀଧର ବିଷୋୟୀ, ନିରୁପମା ପୂଜାରୀ, ବଂଶୀଧର ବିଷୋୟୀ, ଅନିତା ଆଚାର୍ଯ୍ୟ, କ୍ଷୀରସିନ୍ଧୁ ବିଷୋୟୀ, ଶଙ୍କର ବିଷୋୟୀ, ଲଛମନ ମାଝୀ, ରାଧାକୃଷ୍ଣ ବିଷୋୟୀ, ଗୀତାଞ୍ଜଳି ଧଳ, ସୁଶାନ୍ତ ବିଶି ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏକ ବଡ଼ ଧରଣର ବନ୍ଧୁମିଳନ ଆୟୋଜନ କରିବା ଲାଗି ସମସ୍ତେ ନିଷ୍ପତ୍ତି ନେଇଥିଲେ।

