ପ୍ରକୃତି ବନ୍ଧୁ ସମ୍ମାନ ପାଇଲେ ଦୁର୍ମାନ୍ୟ ଶବର

କୋକସରା/କ୍ରାନ୍ତକ୍ଷେତ୍ର  : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗମ୍ଭୀଗୁଡା ଗ୍ରାମର ପ୍ରକୃତି ପ୍ରେମୀ ଦୁର୍ମାନ୍ୟ ଶବରଙ୍କୁ ଚଳିତ ବର୍ଷର ପ୍ରତିଷ୍ଠିତ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଛି। ପରିବେଶ ସୁରକ୍ଷା ଓ ପ୍ରକୃତିର ସଂରକ୍ଷଣ ଦିଗରେ ତାଙ୍କର ଉଲ୍ଲେଖନୀୟ ତଥା ନିରନ୍ତର ଅବଦାନ ପାଇଁ ତାଙ୍କୁ ଏହି ଗୌରବ ପ୍ରଦାନ କରାଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ସଚୀନ ପାୱାର, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦୋରୱାନ, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଡ, ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ ଆର କାଲାଇଭନନ୍‌, ଉତ୍ତର ବନଖଣ୍ଡ ଡିଏଫ୍‌ଓ ପ୍ରଭାକର କୁମାର ବର୍ମା, ସିଆର୍‌ପିଏଫ୍ କମାନଡେ ଣ୍ଟଅଜୟ କୁମାର, ସଂସ୍କୃତି ଅଧିକାରୀ ବିବେକାନନନ୍ଦ ନହାନନ୍ଦ, ଅତିରିକ୍ତ ଶିକ୍ଷାଅଧିକାରୀ ରୁପସିଂ ରାଉତ, ପରିବେଶବିତ୍ ରବି ପଟ୍ଟନାୟକ ପ୍ରମୂଖଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଅତିଥିମାନେ ଦୁର୍ମାନ୍ୟ ଶବରଙ୍କ ନିଷ୍ଠାପର ପରିବେଶ ସେବାକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ଆନୁଷ୍ଠାନିକ ଭାବେ ‘ପ୍ରକୃତି ବନ୍ଧୁ’ ପୁରସ୍କାରରେ ସମ୍ମାନିତ କରିଥିଲେ। ମାଟି ଓ ପ୍ରକୃତିର ସୁରକ୍ଷା ପାଇଁ ତାଙ୍କର ଏହି ପ୍ରୟାସ ଆଜି ସମଗ୍ର କୋକସରା ଅଞ୍ଚଳ ପାଇଁ ଗର୍ବ ଆଣିଦେଇଛି। ଏହି ସଫଳତା ପାଇଁ ଗମ୍ଭୀଗୁଡା ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଏବେ ଖୁସିର ଲହରୀ ଖେଳିଯାଇଛି ଓ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Leave a Reply

Your email address will not be published. Required fields are marked *