ଘୋଡା ନାଚରେ ଏସ ଆଇ ଆର ସଚେତନତା

ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର : ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ତରଫରୁ ଭୋଟ ର ତାଲିକା ସ୍ୱତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଗାନ୍ଧୀ ପାର୍କ ଛକ ନିକଟରେ ଘୋଡା ନାଚ ଜରିଆ ରେ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ରେ ତହସିଲଦାର ପ୍ରସନ୍ନ ଟେଟେ, ସହକାରୀ ଜିଲ୍ଲାପାଳ ଡ଼ଃ ବିଶ୍ୱଜ୍ୟୋତି ମହାନ୍ତି, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତିରଞ୍ଜନ ବାଗ, ସହକାରୀ ଜିଲ୍ଲା ପାଳ ସୋମ୍ୟ ରଞ୍ଜନ ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିକୁଞ୍ଜ ରଞ୍ଜନ ଦାଶ, ପ୍ରମୁଖ ଉପସ୍ଥିତ ଥିଲେ । କଳାକାର ଶ୍ରୀକାନ୍ତ ମାହାର ଙ୍କ ନେତୃତ୍ୱ ରେ ଘୋଡା ନାଚ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *