ସ୍ଵଦେଶୀ ଆଧାରରେ ସ୍ୱାବଲମ୍ବୀ ହେବା ପାଇଁ ଆହ୍ୱାନ

ନୂଆପଡ଼ା/କ୍ରାନ୍ତିକ୍ଷେତ୍ର : ସ୍ୱଦେଶୀ ଜାଗରଣ ମଞ୍ଚ, ସ୍ୱାବଲମ୍ବୀ ଭାରତ ଅଭିଯାନ ନୂଆପଡ଼ା ଜିଲ୍ଲା ପକ୍ଷରୁ ଏକଦିବସୀୟ ପ୍ରଶିକ୍ଷଣ ଓ ବିଚାର ବର୍ଗ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖଡ଼ିଆଳଠାରେ ଅନୁଷ୍ଠିତ ହୋଇଯାଇଅଛି। ମଞ୍ଚର ଜିଲ୍ଲା ସଂଯୋକକ ଶ୍ରୀବତ୍ସ ବାରିକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଇଗର ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗେନ୍ଦ୍ର ମହାନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ପ୍ରାନ୍ତ ଗୋ ସେବା ସହ ସଂଯୋଜକ କାଳିଆ କୃଷ୍ଣ ବାଗ ଓ ପଲ୍ଲୀ ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷା ବିକାଶ ସମିତି ଦକ୍ଷିଣ ପଶ୍ଚିମ ସମ୍ଭାଗ ସମ୍ପାଦକ ରୁଦ୍ରମାଧବ ବାରିକ, ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ର ଓ ମୁଖ୍ୟବକ୍ତା ଭାବରେ ମଞ୍ଚର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ ଯୋଗ ଦେଇଥିଲେ। ଏହି ବିଚାର ବର୍ଗରେ ସ୍ୱଦେଶୀ ଯାତ୍ରା, ସ୍ୱଦେଶୀ ଯାତ୍ରା, ସ୍ୱାବଲମ୍ବୀ ଭାରତ ଅଭିଯାନ, ସ୍ୱାବଲମ୍ବନ କେନ୍ଦ୍ର, ଦତ୍ତୋପନ୍ତ ଠେଙ୍ଗଡ଼ିଜୀ, ଓ ବାବୁଗେନୁଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ, ଆଗାମୀ ଯୋଜନା ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ସମନ୍ଵୟକ ତଥା ସଫଳ ଉଦ୍ୟୋଗୀ ଶ୍ରୀବତ୍ସ ବାରିକ ଓ ସହ ସମନ୍ୱୟକ ତଥା ସଫଳ ଉଦ୍ୟୋଗୀ ଭୀଷ୍ମଦେବ ହଂସ ନିଜର ସଫଳତାର କାହାଣୀ କହିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ବୋର୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷ ଡିଲେଶ୍ୱର ନିଆଲ, ଖଣ୍ଡ କାର୍ଯ୍ୟବାହ କିଶୋର ଚନ୍ଦ୍ର ଗହୀର, ଅଧିବକ୍ତା ସତ୍ୟ ନାରାୟଣ ଦାଶ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଜଗଦୀଶ ପୁଟେଲ, ଆଚାର୍ଯ୍ୟ ବ୍ରହ୍ମାନନ୍ଦ ବନ୍ଦିଛୋର, ଏକାତ୍ମ ପରିଷଦ ସମ୍ପାଦକ ଭାନୁଚନ୍ଦ୍ର ସୁନାନୀ, ଗରୁଡେଶ୍ୱର ଗହୀର, ପରମେଶ୍ୱର କଠାର, ସଦାନନ୍ଦ ଗ୍ରୁରୁଜୀ, ରୀନା ମେହେର, ହିତେଶ କୁମାର ମେହେର, ଓଜସ୍ୱିନୀ ସୁନାନୀ, ରାକେଶ କୁମାର ଚଲାନ, ଦ୍ରୋଣ ହଂସ, ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *