ଝରୀଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ଉମରକୋଟ ବ୍ଲକର ନୂତନ ସାଂସଦ ପ୍ରତିନିଧି ଭାବେ ମନୋନୀତ ହୋଇଥିବା ଭଜନାଥ ଗଣ୍ଡଙ୍କୁ ଝରୀଗାଁ ବିଧାୟକ ନରସିଂ ଭତ୍ରା ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ବିଧାୟକ କହିଥିଲେ ଯେ, ମାନ୍ୟବର ସାଂସଦ ବଳଭଦ୍ର ମାଝୀଙ୍କ ଏହି ନିଷ୍ପତ୍ତି ଉମରକୋଟ ଅଞ୍ଚଳର ବିକାଶକୁ ଏକ ନୂଆ ଦିଗ ପ୍ରଦାନ କରିବା ସହ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସେ ଆହୁରି କହିଥିଲେ ଯେ, ସାଂସଦ ପ୍ରତିନିଧି ଭାବେ ଭଜନାଥ ଗଣ୍ଡ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ସାଂସଦଙ୍କ ନିକଟରେ ପହଞ୍ଚାଇବା ସହ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବେ। ନୂତନ ନିଯୁକ୍ତିକୁ ଅଞ୍ଚଳବାସୀ ସ୍ୱାଗତ କରିଥିବା ବେଳେ ଉମରକୋଟ ବ୍ଲକର ସାମଗ୍ରିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ ପାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଝରୀଗାଁ ବିଧାୟକ ନରସିଂ ଭତ୍ରାଙ୍କ ସହ ଖାଣ୍ଡା ମଣ୍ଡଳ ସଭାପତି ଉତ୍ତମ ହରିଜନ, ଏବଂ ଅନ୍ୟାନ୍ୟ ଦଳୀୟ କର୍ମୀ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ। ସମସ୍ତେ ନୂତନ ସାଂସଦ ପ୍ରତିନିଧି ଭଜନାଥ ଗଣ୍ଡଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

