କେସିଙ୍ଗାରେ ରକ୍ତଦାନ ଶିବିର ; ୪୧ ୟୁନିଟ ସଂଗୃହିତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଥିବା ମାରୱାଡ଼ି ଯୁବାମଞ୍ଚ, ଜେସିଆଇ କେସିଙ୍ଗା ଓ ମାରୱାଡ଼ି ମହିଳା ସମିତି ର ସହଯୋଗରେ ସ୍ଥାନୀୟ କେସିଙ୍ଗା ପୋଲିସ ଷ୍ଟେସନ ସମ୍ମୁଖରେ ଥିବା ଅଗ୍ରସେନ ଭବନ ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଥିଲା।ଭବାନୀପାଟଣା ବ୍ଲଡ଼ କର୍ମଚାରୀ ଙ୍କ ସହଯୋଗରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ସହରର ଜଣାଶୁଣା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଲଳିତ ଅଗ୍ରୱାଲ, ଡାକ୍ତର ଇସିକା ଅଗ୍ରୱାଲ, ମାରୱାଡ଼ି ମହିଳା ସମିତି ର ଅଧ୍ୟକ୍ଷ କିରଣ ଅଗ୍ରୱାଲ (ତ୍ରିମୂର୍ତି), ରକ୍ତଦାନ ଶିବିରର ସଂଯୋଜକ କିରଣ ଅଗ୍ରୱାଲ, (ଜେକେ ପ୍ଲାଜା), ମାରୱାଡ଼ି ଯୁବ ମଂଚର ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଅଗ୍ରୱାଲ, ସମ୍ପାଦକ ବିଶାଳ ଜୈନ, କେସିଙ୍ଗା ଜେସିଆଇ ଅଧ୍ୟକ୍ଷ ନିଖିଲେସ ଅଗ୍ରୱାଲ,ସମ୍ପାଦକ ସୌରଭ ଅଗ୍ରୱାଲ, ସଂଯୋଜକ ବିନୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଦରକାରୀ ଲୋକଙ୍କ ପାଇଁ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *