କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଖପ୍ରାମାଲ ଗ୍ରାମର, ଆମପଡ଼ା ମହାଭାରତ ଆମ୍ବତୋଟାଠାରେ ଆଜି ବ୍ଳକ ଗଣ୍ଡ ସମାଜର ନୂତନ କର୍ମକର୍ତ୍ତା ଚୟନ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସମାଜ ସେବୀ ବାହାଦୁର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହେଶ୍ୱର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଦିଗାମ୍ବର ଦଳପତି ମୁଖ୍ୟବକ୍ତା, ପଞ୍ଚାନନ ମାଝୀ, ଚୈତନ୍ୟ ଧରୁଆ, ଭୁବନେଶ୍ଵର ମାଝୀ, ପୂର୍ବତନ ସରପଞ୍ଚ ଜୟସିଂ ମାଝୀ, ରାମ ପ୍ରସାଦ ଧରୁଆ, ଚତୁର୍ଭୁଜ ମାଝୀ, ଧନନ୍ତରି ଧରୁଆ, ହୁକମି ସୋରି, ଖିରସିନ୍ଧୁ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କ୍ରମରେ ଅତିଥି ମାନେ ଗଣ୍ଡ ସମାଜର ଶିକ୍ଷା, ସଂସ୍କୃତି, ରାଜନୀତି, ଅର୍ଥନୀତି, ସମାଜ ସଂଗଠନ ଓ ବିକାଶ ସମାଜ କୁ ଏକ ଜୁଟ କରିବା ପାଇଁ କହିଥିଲେ। ପରେ କୋକସରା ବ୍ଲକ ଗଣ୍ଡ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇ ଥିଲା, ସଭାପତି ଭାବରେ, ନନ୍ଦକିଶୋର ଧରୁଆ, ଉପସଭାପତି ମହେନ୍ଦ୍ର କୁମାର ଧରୁଆ, ସମ୍ପାଦକ ନେତ୍ରାନନ୍ଦ ଧରୁଆ, ସହ ସମ୍ପାଦକ ତ୍ରିନାଥ ପୋଟା, କୋଷାଧ୍ୟକ୍ଷ ଜୟସିଂ ମାଝୀ, ମିଡିଆ ସଂଯୋଜକ ଅମାଜ ଧରୁଆ ପ୍ରମୁଖ ମନୋନୀତ ହୋଇଥିଲେ। ଉକ୍ତ ବୈଠକରେ ବିଦେଶୀ ଧରୁଆ, ପ୍ରସନ୍ନ ନାଏକ, ନୃପରାଜ ନାଏକ, ଗୋଷୀଙ୍ଗ ଧରୁଆ ବୈଦ୍ ମାଝୀ, କାମେଶ୍ୱର ପୋଟା, ବାମଦେବ ଧରୁଆ, ଗୋଶିଙ୍ଗ ଧରୁଆ ପ୍ରମୁଖ ଯୋଗଦେଇ ଥିଲେ। ଉଦ୍ଧବ ଧରୁଆ ମଞ୍ଚ ପରିଚାଳନା କରିଥିଲେ।

