ଦିତୀୟ ପର୍ଯ୍ୟାୟ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭର୍ତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର : ଆଜି ରାଜ୍ୟ ସରକାରଙ୍କ ପକ୍ଷ ରୁ ଦିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭର୍ତ୍ତିପ୍ରସ୍ତର ସ୍ଥାପନ ହେଇଯାଇଛି। ରାଜ୍ୟରେ ସର୍ବମୋଟ ୨୦୪ ଟି ବିଦ୍ୟାଳୟ ଭିର୍ତ୍ତିପ୍ରସ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଭିର୍ତ୍ତିପ୍ରସ୍ତର କରିଛନ୍ତି। ବଲାଙ୍ଗୀର ଜିଲ୍ଲା ର ୧୨ ଟି ବ୍ଲକରେ ଗୋଦାବରୀଶ ମିଶ୍ର ବିଦ୍ୟାଳୟ ଅନୁଷ୍ଠିତ ହେଇଯାଇଛି। ସଇଁତଳା ବ୍ଲକ ନରାବାହାଲି ପ୍ରାଥମିକ ବିଦ୍ୟାଳୟ କୁ ଭିର୍ତ୍ତି ପ୍ରସ୍ତର ହେଇଯାଇଛି। ମୁଖ୍ୟ ଅଥିତି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସଇଁତଲା ବ୍ଲକ ଅଧକ୍ଷ ମୋନିକା ସିଂ ଭୋଇ, ଯୋଗ ଦେଇ ଥିଲେ। ଏହି ବିଦ୍ୟାଳୟ ହେଲେ ଅଞ୍ଚଳ ର ଅନେକ ଛତ୍ର ଛାତ୍ରୀ ମାନେ ଉପକୃତ ହେବ ସହ ଅତ୍ୟାଧୁନିକ ଜ୍ଞାନ କୋଶଲ ର ଶିକ୍ଷା ପାଇପାରିବେ। କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ବିମଳ ଶର୍ମା, ସାଂସଦ ପ୍ରତିନିଧି ଅକ୍ଷୟ ରଣା, ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ଯୋଶୀ, ବ୍ଲକ ଉପା ଅଦକ୍ଷ ଗୁଣ ସାଗର ମାଝୀ, ସରପଞ୍ଚ ସୁବ୍ରତ ନାଗ, ଜିଲ୍ଲା ପରିଷଦ ପ୍ରମୋଦ ଭୋଇ, ରିତାରାଣୀ ହାତୀ, ସମିତି ସଭ୍ୟ ଉମାକାନ୍ତ ରଣା, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *