ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିଗୁଡ଼ା ସେକ୍ସନ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶ୍ୱରୀ ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି। ସେ ବାଲିଗୁଡ଼ା ଅଞ୍ଚଳରେ ଦୀର୍ଘ ତିନି ବର୍ଷ ଧରି କନିଷ୍ଠ ଯନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ ଅଞ୍ଚଳର ହେଉ ସେ ବିଦ୍ୟୁତ୍ ସଂଯୋଗ କରି ଗ୍ରାମ ବାସୀଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ। ବର୍ତ୍ତମାନ ସେ ବୁଗୁଡ଼ା ସେକ୍ସନ ବିଦ୍ୟୁତ୍ ବିଭାଗକୁ ବଦଳି ହୋଇଛନ୍ତି। ଏହି ଅବସରରେ ଆଜି ସମସ୍ତ ବିଦ୍ୟୁତ୍ କର୍ମଚାରୀ ମାନେ ଫୁଲ ତୋଡ଼ା ଦେଇ ଯନ୍ତ୍ରିଙ୍କୁ ବିଦାୟ ସମ୍ବର୍ଦ୍ଧନା ଶୁଭେଚ୍ଛା ଜଣାଇଥିଲେ।

