ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଆଜି କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଗୋଟିଏ ପଟେ ଗରିବଙ୍କୁ ଆବାସ ଯୋଜନାରେ ଘର ମିଳୁ ନଥିବା ବେଳେ ଅନ୍ୟପଟେ କାଳବୈଶାଖୀ ଦାଉ ସାଜିଛି। ଏହି ବ୍ଲକ ଅନ୍ତର୍ଗତ ନକଟିକାନୀ ଗ୍ରାମପଞ୍ଚାୟତ ଅଧିନ ପତିଏଲପଡା ଗ୍ରାମ ର ବାସନ୍ତି ମାଝୀ ର ଘର କାଳବୈଶାଖୀ ଜନିତ ବର୍ଷା ପବନରେ ଉଡ଼ି ଚୁରମାର ହେଇଗଲା ଆଜବେଷ୍ଟସ ଛାତ। ଅଳ୍ପକେ ବଞ୍ଚିଗଲେ ବାସନ୍ତୀ ମାଝୀ। ଆଜି ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ହେବା ସମୟରେ ବାସନ୍ତୀ ଓ ତାଙ୍କ ୪ ପୁଅଝିଅ ସହିତ ଘରେ ଥିବାବେଳେ ଜୋର୍ ରେ ପବନ ସହ ବର୍ଷା ହେବା ଫଳରେ ଆଜବେଷ୍ଟସ ଭାଙ୍ଗି ଚୁର ମାର ହେବା ସହିତ ବାସନ୍ତୀ ମାଝୀ ଙ୍କ ଗୋଡ଼ ରେ ବାଜିଥିବା ସୁଚନା ମିଳିଛି। ଅଦିନିଆ ବର୍ଷାରେ ଘର ଭାଙ୍ଗି ବେସାହାରା ହୋଇପଡିଛି ବାସନ୍ତୀଙ୍କ ପରିବାର। ବର୍ତ୍ତମାନ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଅଦିନିଆ ବର୍ଷା କିମ୍ବା ବାତ୍ୟାରେ ଘର ଭାଙ୍ଗିବା ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନାରୁ କ୍ଷତିପୂରଣ ମିଳିଥାଏ। ଦେଖିବାକୁ ବାକି ରହିଲା ବାସନ୍ତୀ ମାଝୀ କେବେ ସରକାରୀ ସହାୟତା ପାଉଛନ୍ତି।

