କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଜୟପାଟଣା ଅଞ୍ଚଳରେ ଅଦିନିଆ ବର୍ଷା ଓ କାଳବୈଶାଖୀର ତାଣ୍ଡବରେ ସାଧାରଣ ଜୀବନ ବ୍ୟାହତ ହୋଇପଡ଼ିଛି। ବର୍ତ୍ତମାନ ଜରିଗୁମା ଗାଁରେ ଏକ ବିରାଟ କାୟ ତେନ୍ତୁଳି ଗଛ ଟ୍ରାନ୍ସଫର୍ମର ନିକଟରେ ପଡ଼ିଯାଇଥିବାରୁ ଇଲେକ୍ଟ୍ରି ଖମ୍ବ ଭାଙ୍ଗିଯାଇଛି। ଫଳରେ ଜରିଗୁମା ଓ ଟିଙ୍ଗପୋଖାନ ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇ ଅନ୍ଧକାର ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଜୟପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ଗଛ କାଟିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପଟେ କାଳବୈଶାଖୀର ପ୍ରଭାବରେ ଜୟପାଟଣା ଅଞ୍ଚଳର ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ବ୍ୟାହତ ହୋଇଛି।ବର୍ତ୍ତମାନ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଜାରି ରଖିଥିବା ବେଳେ କେତେ ବେଳେ ବିଦ୍ୟୁତ ସେବା ସ୍ୱାଭାବିକ ହେବ ତାହା ନେଇ ଅନିଶ୍ଚିତତା ରହିଛି।

