କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ସ୍ଥିତ କଳାହାଣ୍ଡି ଜିଲ୍ଲା ରେଳଯାତ୍ରୀ ସଂଘ ର ସଭାପତି ସୁଭାଷ ଜୈନଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ୍ ସମ୍ବଲପୁର ଯାଇ ମଣ୍ଡଳ ରେଳୱେ ପ୍ରବନ୍ଧକ ସୁବାସ ଚନ୍ଦ୍ର ଚୌଧୁରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଏବଂ କେସିଙ୍ଗା ଓ ଆଖ ପାଖର ରେଳଷ୍ଟେସନ ରେ ଉପୁଜୁଥିବା ବିଭିନ୍ନ ପ୍ରକାରର ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଦାବୀପତ୍ର ରେ ମୁଖ୍ୟତଃ କେସିଙ୍ଗା ରେଳ ଷ୍ଟେସନ ରେ ବିଶାଖାପାଟଣା ଆଡୁ ଆସୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ କୁ ପ୍ଲାଟଫର୍ମ ନଂ ୪ ରେ ଅଟକିବା ର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରାଯାଇ ଅନ୍ୟ ଛୋଟ ବଡ଼ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ପରାମର୍ଶ ଦାତା ରାମ କୁମାର ଜୈନ, ସଂଘର ସଂପାଦକ ଡମ୍ବରୁଧର ଭୋଇ ଓ ସଭ୍ୟ ବିନୋଦ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

