ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତି ପ୍ରକାଶ ମିଶ୍ର) : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଅଞ୍ଚଳର ଯୁବ ସାମ୍ବାଦିକ ବୁଲୁ ଦଳେଇଙ୍କ ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଥିଲା। ତାଙ୍କ ସ୍ମୃତିରେ ଆଠମଲ୍ଲିକ ସାମ୍ବାଦିକ ମାନଙ୍କ ତରଫରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ କମଳାକାନ୍ତ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶୋକ ସଭାରେ ସାମ୍ବାଦିକ ଉଦିପ୍ତ ପୁରୋହିତ, ସୁବୋଧ ମିଶ୍ର, ଶ୍ୟାମାପ୍ରସାଦ ଜ୍ୟୋତିଷରାୟ ପ୍ରମୁଖ ପରଲୋକ ଗତ ସାମ୍ବାଦିକ ବୁଲୁ ଦଳେଇଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ପ୍ରଥମେ ସ୍ବଗତ ଦଳେଇଙ୍କ ଫୋଟ ଚିତ୍ରରେ ଫୁଲ ଓ ଧୂପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକ ସଭା ରେ ବରିଷ୍ଠ ସାମ୍ବାଦିକ ଉଦିପ୍ତ ପୁରୋହିତ, ସୁବାଷ ଶତପଥି, ସୁନୀଲ କୁମାର ମିଶ୍ର, ଜ୍ୟୋତିପ୍ରକାଶ ପାତ୍ର, ଦେବବ୍ରତ ପ୍ରଧାନ, ଜ୍ୟୋତିପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

