ରବିଧାନ ଉଠାଣ ରେ ବିଳମ୍ବ ; ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ମ.ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକର ଅଳାପାଲି ଓ ବମକ ମଣ୍ଡିରେ ଚାଷୀଙ୍କ ଚିନ୍ତା ବଢ଼ାଇଛି ଧାନ ଉଠାଣର ବିଳମ୍ବ। ମଣ୍ଡିରେ ୧୦ ହଜାରରୁ ଅଧିକ କ୍ୱିଣ୍ଟାଲ ଧାନ ପଡ଼ି ରହିଥିବା ବେଳେ କାଳବୈଶାଖୀର କରାଳ ରୂପ ଅସମୟ ବର୍ଷାରେ ଧାନ ଭିଜି ନଷ୍ଟ ଧାନରେ ଗଜା ହୋଇଗଲାଣି। ମିଲର, ସମବାୟ ସମିତି କିମ୍ବା ଯୋଗାଣ ବିଭାଗର କୌଣସି ଅଧିକାରୀଙ୍କ ଦେଖା ନ ମିଳିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିଜର କଷ୍ଟାଉପାର୍ଜିତ ଫସଲର ସୁରକ୍ଷା ଓ ଶୀଘ୍ର ଉଠାଣ ଦାବି କରି ଆଜି ଶହଶହ ଚାଷୀ ଗୋପାଳ ପୁର ରାୟପୁର ୫୯ ନମ୍ବର ଜାତୀୟ ରାଜପଥ ରେ ଆଜି ସକାଳ ୬ ଟାରୁ ଧାନ ବସ୍ତା ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଶହଶହ ଯାନବାହନ ରାସ୍ତା କଡ଼ ରେ ଅଟକି ରହିଛି। ଯାତ୍ରୀ ମାନଙ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମ, ରାମପୁର ବ୍ଲକ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂହ, ଚାଷୀ ନେତ ତୁମ୍ବେଶ୍ଵର ସାହୁ, ନିଗମାନନ୍ଦ ସାହୁ,ଖିରସାଗର ସାହୁ, ମିନକେତନ ସାହୁ, ଶତ୍ରୃଘ୍ନ ସାହୁ, ଝସକେତନ ସାହୁ ପ୍ରମୁଖ ଶହଶହ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *