କ. ନୂଆଗାଁ/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା କୁରୁଙ୍ଗୁଲି ଘାଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ପୋଲ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ହାଇୱା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ହାଇୱାରେ ଚାପି ହୋଇ ରହିଥିବା ଡ୍ରାଇଭର କୁ ଉଦ୍ଧାର କରି କ ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ। ଡ୍ରାଇଭର ଜଣଙ୍କ ହେଲେ ସରଙ୍ଗଡ଼ ଥାନା ଦଣ୍ଡିମାହା ଗ୍ରାମର ବାଞ୍ଛା ପରିଛା ବୋଲି ଜଣା ପଡିଛି। ଗାଡ଼ି ଟି ପୋଲ ମଝିରେ ଓଲଟି ପଡ଼ିଥିବା ଯୋଗୁଁ ଦୀର୍ଘ ୫ ଘଣ୍ଟା ଧରି ଉଭୟ ଫୁଲବାଣୀ ବାଲିଗୁଡ଼ା କୁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଅଗ୍ନିଶମ ବିଭାଗ ଜେସିବି ମଧ୍ୟ୍ୟମରେ ହାଇୱାକୁ ଉଠାଇ ଜାତୟତ ସ୍ୱାଭାବିକ କରିଥିଲେ।

