ରାୟଗଡ଼ା/କ୍ରାନ୍ତିକ୍ଷେତ୍ର : ଦେଶର ୩୭ ପ୍ରତିଶତ ଯୁବ ସମାଜଙ୍କ ମାନସିକତାକୁ ପରିବର୍ତ୍ତନ କରି ସ୍ୱଦେଶୀ ଜ୍ଞାନକୌଶଳ ଆଧାରରେ ସରୋଜଗାରକୁ ଆପଣାଇ ନିଜେ ରୋଜଗାରକ୍ଷମ ହୋଇ ଅନ୍ୟକୁ ରୋଜଗାରକ୍ଷମ କରିବା ହିଁ ଆଜି ସମୟର ଆହ୍ୱାନ ବୋଲି ଆହ୍ୱାନ ଦିଆଯାଇଥିଲା। ସ୍ୱଦେଶୀ ଜାଗରଣ ମଞ୍ଚ ସ୍ୱାବଲମ୍ବୀ ଭାରତ ଅଭିଯାନ ମାଧ୍ୟମରେ ବେରୋଜଗାରମୁକ୍ତ, ଶୁନ୍ୟ ବିପିଏଲ୍ ଓ ରୋଜଗାରଯୁକ୍ତ ସ୍ୱାବଲମ୍ବୀ ଭାରତ ନିର୍ମାଣ ପାଇଁ ମଞ୍ଚାସୀନ ଅତିଥି ଓ କାର୍ଯ୍ୟକର୍ତ୍ତାମାନେ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର, ସମ୍ମାନିତ ଅତିଥି ଭାବରେ ଭାଜପା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ ଗଣପତି, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ, ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ର, ଧର୍ମ ଜାଗରଣ ଜିଲ୍ଲା ପରିଯୋଜନା ପ୍ରମୁଖ ଧୀରେନ୍ଦ୍ର ପାଣିଗ୍ରାହୀ, ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶା ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ଭାଟି ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍ୱଦେଶୀ ଆଧାରରେ ସ୍ୱାବଲମ୍ବୀ ଭାରତ ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ। ସଫଳ ଉଦ୍ୟୋଗୀ ଓ ଜିଲ୍ଲା କୁଟୁମ୍ବ ପ୍ରବୋଧନ ପ୍ରମୁଖ ରାମକୃଷ୍ଣ ପାଣିଗ୍ରାହୀ ନିଜ ସଫଳତାର କାହାଣୀ କହିଥିଲେ। ତାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱଦେଶୀ ଯାତ୍ରା, ସ୍ୱଦେଶୀ ଅବଧାରଣା, ସ୍ୱାବଲମ୍ବୀ ଭାରତ ଅଭିଯାନ, ସ୍ୱାବଲମ୍ବନ କେନ୍ଦ୍ର, ଦୀନଦୟାଲ ଉପାଧ୍ୟାୟ, ଦତ୍ତୋପନ୍ତ ଠେଙ୍ଗଡ଼ି ଓ ବାବୁ ଗେନୁଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହିଁ ଅବସରରେ ଆଗାମୀ ବିଷୟରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ ର ମାତୃଶକ୍ତି ଜିଲ୍ଲା ସଂଯୋଜିକା ସନ୍ଧ୍ୟା ମଲ୍ଲିକ, ପ୍ରଖଣ୍ଡ ସଂଯୋଜିକା ତୃପ୍ତି ସାହୁ, ଖଣ୍ଡ ବୌଦ୍ଧିକ ପ୍ରମୁଖ କବିରାଜ ପ୍ରଦୀପ ସାହୁ, ଶିବାଜୀ ପ୍ରଭାତ ଶାଖାର ଏସ୍ ବୁଲୁ ଦୋରା, ଭାଜପା କାର୍ଯ୍ୟକର୍ତ୍ତା ପରମଶ୍ବର ରାଓ, ଭୀମ ବେହେରା, ଅମ୍ବାଦଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁବାସ କୁମାର ଲେଙ୍କା, ସୁବାସ ସେନାପତି, ଅମର ସାହୁ, ସଞ୍ଜୀବ ପଣ୍ଡା, ଉଚ୍ଛବ ପ୍ରଧାନ, ପୁରୁଷୋତ୍ତମ ଭାଇ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ଓ ପୌର ଓ ବିଜ୍ଞାପିତ ଅଞ୍ଚଳର ପ୍ରତିନିଧି କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ସାମୂହିକ ବନ୍ଦେ ମାତରମ୍ ଗାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

