ଫରେଷ୍ଟର ଓ ଫରେଷ୍ଟ ଗାର୍ଡ଼ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା 

କ. ନୂଆଗାଁ/କ୍ରାନ୍ତିକ୍ଷତ୍ର (ସାମୁଏଲ ପ୍ରଧାନ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବନ ବିଭାଗ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କ ନୂଆଗାଁ ରେଞ୍ଜର ରମାକାନ୍ତ କହଁର ଯୋଗ ଦେଇ ଫରେଷ୍ଟର ସନ୍ତୋଷ କୁମାର ସେନାପତି ଏବଂ ଫରେଷ୍ଟ ଗାର୍ଡ଼ ବନିତା ପାଣ୍ଡେ,ସୁଦେସ୍ନା ବେହେରାଙ୍କୁ ଫୁଲ ତୋଡ଼ା ଏବଂ ଉପ ଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜଣାଇ ଥିଲେ। ଫରେଷ୍ଟର ଓ ଫରେଷ୍ଟ ଗାର୍ଡ଼ କ ନୂଆଗାଁ ବନଖଣ୍ଡରେ ବୃକ୍ଷ ରୋପଣ ଓ ନର୍ସରୀ ରହିଥିବା ବିଭିନ୍ନ ଚାରା ଗ୍ରାମ ବାସୀଙ୍କୁ ବଣ୍ଟନ କରି ଜଙ୍ଗଲ କୁ ସୁରକ୍ଷା ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯାହାକି ଅଞ୍ଚଳ ବାସୀଙ୍କ ପ୍ରିୟର ଭାଜନ ହୋଇ ପାରିଥିଲେ। ବର୍ତ୍ତମାନ ଫରେଷ୍ଟର ସନ୍ତୋଷ କୁମାର ସେନାପତି ବେଲଘର ବନାଞ୍ଚଳକୁ ବଦଳି ହୋଇଥିବା ବେଳେ ଫରେଷ୍ଟ ଗାର୍ଡ଼ ବନିତା ପାଣ୍ଡେ କୋଟଗଡ ଓ ସୁଦେସ୍ନା ବେହେରା ବାଲିଗୁଡ଼ା ବନାଞ୍ଚଳକୁ ବଦଳି ହୋଇଛନ୍ତି। ଏହି ଅବସରରେ ଫରେଷ୍ଟର ସୁଶାନ୍ତ କୁମାର ବୈଶାଖୀ, ସିମିତା ନାୟକ,ଗାର୍ଡ଼ କର୍ମଚାରୀ ମାନେ ଫୁଲ ତୋଡ଼ା ଦେଇ ଫରେଷ୍ଟର ଓ ଗାର୍ଡ଼ଙ୍କୁ ବିଦାୟ ସମ୍ବର୍ଦ୍ଧନା ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *