ତୁମରୀଖୋଲ ଜଙ୍ଗଲରେ ଅବକାରୀ ବିଭାଗ ର ଚଢ଼ାଉ

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ତୁମରିଖୋଲ ଜଙ୍ଗଲରେ ଜୟପାଟଣା ଅବକାରୀ ଅଧିକାରୀ ସୁରେଶ ଚନ୍ଦ୍ର ଭୋଇଙ୍କ ନେତୃତ୍ୱରେ କୋକସରା ଅବକାରୀ ଅଧିକାରୀ ଗୁପ୍ତେଶ୍ୱର ପଟେଲ, ଜିଲ୍ଲା ମୋବାଇଲ ୟୁନିଟ ଇନ୍ସପେକ୍ଟର ବିଜୟ ଭୂଷଣ ନାୟକ, ଏଏସଆଇ ସତ୍ୟନାରାୟଣ ପ୍ରଧାନ, କନେଷ୍ଟବଳ ବଳଭଦ୍ର ପାତ୍ର, ମହାଦେବ ମାଝୀ, ଭାନୁଚନ୍ଦ୍ର ମାଝୀ, ଅରୁଣାକ୍ଷ ଧଙ୍ଗଡ଼ାମାଝୀ, ଶ୍ରୀକାନ୍ତ ଠାକୁର, ଦୀପ୍ତି ରଞ୍ଜନ ସାହୁ ଏବଂ କୁଳମଣି କର ମିଳିତ ଭାବେ ଚଢ଼ାଉ କରିଥିଲେ। ଏଥିରେ ୩୬୦୦ (ତିନି ହଜାର ଛଅ ଶହ) କେ.ଜି. ମହୁଲପୋଚ ନଷ୍ଟ କରିବା ସହ ୨୭୦ ଲିଟର ଦେଶୀ ମଦ ଜବତ କରାଯାଇଛି ହେଲେ କେହି ଗିରଫ ହୋଇନାହାନ୍ତି।

Leave a Reply

Your email address will not be published. Required fields are marked *