କନ୍ଧମାଳ ଜିଲ୍ଲାରେ ହାଇୱା ଆସୋସିଏସନ୍ ଗଠିତ

ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲାରେ ଜିଲ୍ଳା ସ୍ତରୀୟ ହାଇୱା ଆସୋସିଏସନ୍ ଗଠିତ, ବାଲିଗୁଡା ସ୍ଥିତ ଖଜୁରୀନାଳରେ ଅନୁରାଗ ପାଳଙ୍କ ଆବାହନ କ୍ରମେ ହାଇୱା ନବ ଗଠିତ ଜିଲ୍ଳା ସ୍ତରୀୟ ହାଇୱା ଆସୋସିଏସନ୍ ରେ ସଭାପତି ଭାବେ ପୁର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ମନୋନୀତ ହୋଇ ଥିବା ବେଳେ ଉପ ସଭାପତି ଭାବେ ଦିଲ୍ଲୀପ ସାହୁ, ସଧାରଣ ସମ୍ପାଦକ ଭାବେ ଅନୁରାଗ ପାଳ, ଯୁଗ୍ମ ସଂପାଦକ ଭାଵେ ଶାନ୍ତନୁ କୁମାର ଦାସ, କୋଷାଧକ୍ଷ ଭାଵେ ମୋହନ ପ୍ରସାଦ ସୁବୁଦ୍ଧି ମୋନାନିତ ହୋଇଥିଲେ, ଅନେକ ସମୟରେ ମାଇନ୍ସ ଵିଭାଗ କାର୍ଯ୍ୟାନୁଷ୍ଠାନ ଆଳରେ ମାତ୍ରାଧିକ ଫାଇନ କାଟୁଛି ଫଳରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ସରକାରୀ ଠିକା କାର୍ଯ୍ୟ ଠପ୍ ହେଉଛି ଫଳରେ ସଧାରଣ ଜନତା ଠାରୁ ଆରମ୍ଭ କରି ଠିକାଦାର କ୍ଷତିଗ୍ରସ୍ତ ହେଉଛନ୍ତି, ଏହାର ସମାଧାନ ସ୍ୱରୂପ ସରକାର ଙ୍କୁ ସୁହାଇଲା ଭଳି ଏବଂ ହାଇୱା ମାଲିକ ଙ୍କୁ ସୁହାଇଲା ଭଳି ଆସୋସିଏସନ୍ ମାଧ୍ୟମ ରେ ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଳା ସଭାପତି ତଥା ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ଓ ସଂପାଦକ ଦିଲ୍ଲୀପ ସାହୁ ଗଣ ମାଧ୍ୟମ ଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *